Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆଜି ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ, ଭୀଷଣ ହୋଇ ଓଡ଼ିଶା ଛୁଇଁବ ବାତ୍ୟା! – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆଜି ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ, ଭୀଷଣ ହୋଇ ଓଡ଼ିଶା ଛୁଇଁବ ବାତ୍ୟା!

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଗଲ୍ଫ ଅଫ୍ ଥାଇଲ୍ୟାଣ୍ଡ ଅଞ୍ଚଳରେ ଏବେ ସଂଗଠିତ ହେଉଛି ବଳୟ। ଆସନ୍ତା ୨୪ ଘଣ୍ଟାରେ ଏହା ଆଣ୍ଡାମାନ ସାଗରରେ ପହଞ୍ଚିବା ସହ ଅଧିକ ଘନିଭୂତ ହୋଇ ଏକ ଲଘୁଚାପର ରୂପ ନେବ। ପରବର୍ତ୍ତି ୨୪ ଘଣ୍ଟାରେ ସମ୍ପୃକ୍ତ ଲଘୁଚାପଟି ଏକ ସଦୃଶ ଲଘୁଚାପ ଓ ୨ ତାରିଖ ସୁଦ୍ଧା ତାହା ଅବପାତର ରୂପ ନେଇପାରେ। ୩ ତାରିଖ ସୁଦ୍ଧା ଏହା ବଙ୍ଗୋପସାଗରରେ ପ୍ରବେଶ କରିବା ସହ ଗଭୀର ଅବପାତରେ ପରିଣତ ହୋଇ ଉପକୂଳ ମୁହାଁ ହେବ। ୪ ତାରିଖ ସକାଳ ସୁଦ୍ଧା ଏହା ସିଭିଅର୍ ସାଇକ୍ଲୋନ୍ (ଭୀଷଣ ସାମୁଦ୍ରିକ ଝଡ଼) ରୂପ ନେବା ସହ ୪ ତାରିଖ ଅପରାହ୍ନ ସୁଦ୍ଧା ସ୍ଥଳ ଭାଗ ଛୁଇଁବ ବୋଲି ବିଭିନ୍ନ ଆନ୍ତର୍ଜାତୀୟ ପାଣିପାଗ ମଡେଲ ପକ୍ଷରୁ ସୋମବାର ପୂର୍ବାନୁମାନ ପ୍ରକାଶ ପାଇଛି। ଘରୋଇ ପାଣିପାଗ ସଂସ୍ଥା ୱିଣ୍ଡିର ଜିଏଫ୍‌ଏସ୍ ମଡେଲ୍‌ରେ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବା ନେଇ ଆକଳନ କରାଯାଉଛି। ସେହିପରି ୱିଣ୍ଡିର ଇସିଏମ୍‌ଡବ୍ଲୁଏଫ୍ ମଡେଲ୍ ପକ୍ଷରୁ ହୋଇଥିବା ଆକଳନ ଅନୁଯାୟୀ ସାମ୍ଭାବ୍ୟ ବାତ୍ୟା ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁବା ପରେ ଓଡ଼ିଶା ଉପକୂଳକୁ ପ୍ରବେଶ କରିବ ବୋଲି ଜଣାପଡ଼ିଛି। ଉଭୟ କ୍ଷେତ୍ରରେ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ମତ ଦେଇଛନ୍ତି।

ସାମ୍ଭାବ୍ୟ ବାତ୍ୟା ‘ଜୱାଦ’ ଉପକୂଳ ଛୁଇଁବା ପୂର୍ବରୁ ଦିଗ ପରିବର୍ତ୍ତନ କରିବା ସମ୍ଭାବନା ଅଧିକ ରହିଛି। ଆରବିଆନ୍ ସମୁଦ୍ରରେ ଆସନ୍ତା ୧ ତାରିଖ ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଆଶଙ୍କା ରହିଛି। ଯାହାକି ପରବର୍ତ୍ତୀ ସମୟରେ ଅଧିକ ଘନିଭୂତ ହୋଇ ଗୁଜୁରାଟ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ବର୍ଷା କରାଇବା ନେଇ ଏକାଧିକ ପାଣିପାଗ ମଡେଲ ପୂର୍ବାନୁମାନ କରିଛି। ବାୟୁମଣ୍ଡଳରେ ଏକାସାଙ୍ଗରେ ୨ଟି ଲଘୁଚାପ ସକ୍ରିୟ ରହିଲେ ଗୋଟିଏ ଦୁର୍ବଳ ହେବା ନେଇ ଆଶଙ୍କା ରହିଛି। ତେଣୁ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଉପକୂଳ ଛୁଇଁବା ପୂର୍ବରୁ ନିଜ ଦିଗ ପରିବର୍ତ୍ତନ କରିବା ସହ ଓଡ଼ିଶା ଉପକୂଳ ସହ ଘସିହୋଇ ପଶ୍ଚିମବଙ୍ଗ ଆଡ଼କୁ ଉତ୍ତର-ପୂର୍ବ ଦିଗରେ ଗତି କରିବା ସମ୍ଭାବନା ରହିଛି। ଯଦି ଏପରି ହୁଏ ତାହେଲେ ବି ଓଡ଼ିଶାକୁ ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି ହୋଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ୱାସଙ୍କ ମତରେ ଆସନ୍ତାକାଲି ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ରମଶଃ ଅଧି ଘନିଭୂତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହାଫଳରେ ଆସନ୍ତା ୨ ତାରିଖରୁ ରାଜ୍ୟରେ ପାଗ ବଦଳିବା ସହ ୩ରୁ ଉପକୂଳ ଅଞ୍ଚଳରେ ଭାରି ବର୍ଷା ରେକର୍ଡ ହେବା ସମ୍ଭାବନା ରହିଛି। ୩ ତାରିଖ ଦିନ ଗଞ୍ଜାମ, ଗଜପତି ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ୩ରୁ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ସେ କହିଛନ୍ତି। ସେହିପରି ଆଇଆଇଟି ପାଣିପାଗ ବିଶେଷଜ୍ଞ ସନ୍ଦୀପ ପଟ୍ଟନାୟକଙ୍କ ମତରେ ସାମ୍ଭାବ୍ୟ ଲଘୁଚାପ ଏକ ଭୀଷଣ ବାତ୍ୟା ରୂପ ନେବ। ପବନର ବେଗ ଘଣ୍ଟା ପ୍ରତି ୮୦ରୁ ୯୦ କିମି ରହିବାକୁ ଥିବାବେଳେ ୪ ତାରିଖ ଅପରାହ୍ନ ସୁଦ୍ଧା ଏହା ଲ୍ୟାଣ୍ଡଫଲ୍ କରିବ। ଲଘୁଚାପ ସୃଷ୍ଟି ହେବା ପୂର୍ବରୁ ବିଭିନ୍ନ ପାଣିପାଗ ମଡ଼େଲ ବିଭିନ୍ନ ତଥ୍ୟ ପ୍ରଦାନ କରୁଛନ୍ତି। କିନ୍ତୁ ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହା ଗତିପଥ ଓ ତୀବ୍ରତା ନେଇ ସ୍ପଷ୍ଟ ଚିତ୍ର ମିଳିବ ବୋଲି ସେ କହିଛନ୍ତି।

ପ୍ରାଥମିକ ଆକଳନରୁ ଆସନ୍ତା ୪ ଓ ୫ ତାରିଖ ଦୁଇ ଦିନ ଓଡ଼ିଶା ଉପକୂଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ବିଶେଷ କରି ଗଞ୍ଜାମ, ଗଜପତି, କୋରାପୁଟ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର ଜିଲ୍ଲାରେ ଏହାର ପ୍ରଭାବ ନଜରକୁ ଆସିବ। ୬ ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ସାମାନ୍ର ହ୍ରାସ ପାଇବା ନେଇ ପୂର୍ବାନୁମାନ ଥିବାବେଳେ ୭ ତାରିଖ ପରେ ପୁଣି ରାଜ୍ୟକୁ ଶୀତ ଫେରିବା ନେଇ ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି। ଅନ୍ୟପଟେ ଲଘୁଚାପର ପରିଧି ଯେତେ ବଡ଼ ହେବ ସେତେ ଅଧିକ ଜିଲ୍ଲା ଏଥିରେ ପ୍ରଭାବିତ ହେବ।

ଭାରତୀୟ ପାଣିପାଗ ସଂସ୍ଥାନର ପୂର୍ବାକଳନ ଅନୁଯାୟୀ, ଲଘୁଚାପ ଦ୍ୱାରା ଆସନ୍ତାକାଲିଠାରୁ ଡିସେମ୍ବର ୨ ପର୍ଯ୍ୟନ୍ତ ଆଣ୍ଡାମାନ ସାଗର ଓ ଏହାର ନିକଟସ୍ଥ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଶାନ୍ତ ରହିବ। ସେହିପରି ଡିସେମ୍ବର ୨ରୁ ୫ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ନିକଟସ୍ଥ ଉତ୍ତର ବଙ୍ଗୋପସାଗର, ଆନ୍ଧ୍ର ଉପକୂଳ ଏବଂ ଓଡ଼ିଶା ଉପକୂଳ ନିକଟସ୍ଥ ସମୁଦ୍ର ଅଶାନ୍ତ ରହିବ। ଏହି ସମୟରେ ସମୁଦ୍ର ଉପରେ ପବନର ବେଗ ଘଣ୍ଟା ପ୍ରତି ୭୦ରୁ ୮୦ କିମି ରହିବା ସମ୍ଭାବନା ଥିବାବେଳେ ସମୟ ସମୟରେ ଝଟକା ପବନ ୯୦ କିମି ବେଗରେ ହେବ। ତେଣୁ ଏହି ସମୟରେ ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।