ଏମ୍‌ବିବିଏସ୍ ଏବଂ ବିଡିଏସ୍ ନାମଲେଖା ସ୍ଥଗିତ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ନିଟରେ କୃତକାର୍ଯ୍ୟ ଛାତ୍ରଛାତ୍ରୀ ଏମ୍‌ବିବିଏସ୍ ଓ ବିଡିଏସ୍‌ରେ ନାମଲେଖା ପାଇଁ କାଉନସେଲିଂ ପ୍ରକ୍ରିୟା ନଭେମ୍ବର ୨୯ରୁ ଆରମ୍ଭ କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ କୌଣସି କାରଣରୁ ଏହାକୁ ସ୍ଥଗିତ ରଖାଯାଇଛି। ତେବେ କାଉନସେଲିଂ ସମ୍ପର୍କରେ ଖୁବଶୀଘ୍ର ନୂଆ କାର୍ଯ୍ୟ ସୂଚୀ ଉପଲବ୍ଧ କରାଯିବ ବୋଲି ସୋମବାର ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।