୨୭ରେ ମୋଦୀଙ୍କ ମଧ୍ୟପ୍ରଦେଶ ଗସ୍ତ

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷକୁ ହେବାକୁ ଥିବା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଓ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଛି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୨୭ରେ ମଧ୍ୟପ୍ରଦେଶ ଯିବେ । ମୋଦୀ ତାଙ୍କ ଗସ୍ତର ପ୍ରଥମ ଦିନରେ ଭୋପାଳ ଓ ଧାରରେ ରହିବେ । ଏହି ଗସ୍ତ ସମୟରେ ଡିଜିଟାଲ ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବେ ଏବଂ ବନ୍ଦେ ଭାରତ ଟ୍ରେନକୁ ମଧ୍ୟ ମୋଦୀସବୁଜ ପତାକା ଦେଖାଇବେ । ଆମେ ପ୍ରଧାମନ୍ତ୍ରୀଙ୍କୁ ସ୍ୱାଗତ କରୁଛୁ କିନ୍ତୁ ଆମେ ବି ମଇଦାନରେ ଜୋର ଲଗାଉଛୁ ବୋଲି ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ କହିଛନ୍ତି ।

ଅନ୍ୟପଟେ ବିଜେପି ପ୍ରଦେଶ ଅଧ୍ୟକ୍ଷ ବିଡି ଶର୍ମା କହିଛନ୍ତି ଯେ, ଭୋପାଳରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ ଶୋ’ ପ୍ରସ୍ତାବିତ ରହିଛି । ମୋଦୀ ଭୋପାଳ-ଜବଲପୁର ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୂଭାରମ୍ଭ କରିବେ । ଭୋପାଳରେ ବୁଥ ଡିଜିଟାଲାଇଜେସନ କାର୍ଯ୍ୟକ୍ରମରେ ସମଗ୍ର ଦେଶର ୧୦ ଲକ୍ଷ କାର୍ଯ୍ୟକର୍ତ୍ତାଙ୍କୁ ମୋଦୀ ସମ୍ବୋଧିତ କରିବେ ।