ନୂଆଦିଲ୍ଲୀ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ମହାବାତ୍ୟା ଅମ୍ଫାନ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ । ଏନେଇ ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ୨୦ତାରିଖ ଅପରାହ୍ନ କିମ୍ବା ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ ଅମ୍ଫାନ । ପଶ୍ଚିମବଙ୍ଗ ଦୀଘା ଓ ବାଙ୍ଗଲାଦେଶ ହାତୀଆ ଦେଇ ଅମ୍ଫାନ ଗତି କରିବ । ପଶ୍ଚିମବଙ୍ଗର ୨୪ପ୍ରଗଣା, ମେଦିନା, ହୁଗୁଳି, ହାୱଡା ଅଧିକ ପ୍ରଭାବିତ ହେବା ନେଇ ଆଶଙ୍କା ରହିଛି । ବଙ୍ଗୋପସାଗରରେ ଅମ୍ଫାନ ହେଉଛି ଦ୍ୱିତୀୟ ମହାବାତ୍ୟା । ଖରାଦିନ ଯୋଗୁଁ ମହାବାତ୍ୟା ପ୍ରଭାବରେ ବନ୍ୟାର ଆଶଙ୍କା ନାହିଁ । ଓଡ଼ିଶାର ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଅଧିକ ପ୍ରଭାବିତ ହେବ । ସମୁଦ୍ରରୁ ସ୍ଥଳଭାଗକୁ ଆସିବା ପରେ ଅମ୍ଫାନ ଧିରେ ଧିରେ ଦୁର୍ବଳ ହେବ ବୋଲି ଆଇଏମଡ଼ି ଡିଜି କହିଛନ୍ତି । । କିନ୍ତୁ ଉପକୂଳରେ ବାତ୍ୟା ମାଡ଼ ହେବା ବେଳେ ୬ମିଟରରୁ ଅଧିକ ଉଚ୍ଚ ଜୁଆର ଉଠିବ । ୧୯୯୯ ମହାବାତ୍ୟା ଠାରୁ କମ କ୍ଷତି କରିବ ଅମ୍ଫାନ ସେ କହିଛନ୍ତି ।