ରାଜ୍ୟବ୍ୟାପୀ ଖୁବଶୀଘ୍ର ବସ୍ ଚଳାଚଳ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ବସ୍ ଚଳାଚଳ। ରାଜ୍ୟରେ ସାମାନ୍ୟ ହେବ ବସ୍ ସେବା। ଅପ୍ରିଲ ୧୭ତାରିଖରୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଘୋଷଣା ପରେ ପରିବହନ ନୀତିରେ କୋହଳ କରାଯାଇଛି। ପୂର୍ବରୁ ରେଡ ଜୋନରେ ଓ ଅରେଞ୍ଜ ଜୋନରେ ଗାଡ଼ି ଗଡ଼ିବ ବୋଲି ଯେଉଁ ନିଷ୍ପତ୍ତି ହୋଇଥିଲା, ତାହା ଗତକାଲି କୋଳହ ହୋଇଛି। ଏବେ ନୂଆ ଗାଇଡଲାଇନ୍ ଅନୁସାରେ ରେଡଜୋନ, ଅରେଞ୍ଜ ଜୋନରେ ବି ଚାଲିପାରିବ ଗାଡ଼ି। ରାଜ୍ୟ ଓ ରାଜ୍ୟ ଭିତରେ ବସ୍ ଚଳାଚଳ କରିବାରେ କୌଣସି ଅସୁବିଧା ହେବ ନାହିଁ। ଅନ୍ୟ ରାଜ୍ୟ ସହ କିପରି ଗାଡ଼ି ଚଳାଚଳ କରାଯାଇପାରିବ ସେନେଇ ସୋମବାର ଆଲୋଚନା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଅତିଶୀଘ୍ର ରାଜ୍ୟ ଭିତରେ ଗାଡ଼ି ଚଳାଚଳ କରିବା ସହ ରାଜ୍ୟ ଓ ରାଜ୍ୟ ଭିତରେ ଗାଡ଼ି ଚଳାଚଳ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି। ତେବେ ୫୦ ପ୍ରତିଶତ ଯାତ୍ରୀରେ ହିଁ ଗାଡ଼ି ଚାଲିବ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନୀତିରେ କୌଣସି ପରିବର୍ତ୍ତନ ହେବନାହିଁ । ମହାମାରୀ ଆଶଙ୍କା ଭିତରେ ପରିବହନ ବିଭାଗ ସଜାଗ ରହିଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ଶ୍ରୀ ବେହେରା।