ସାଇବର ଠକେଇର ଶିକାର ହେଲେ ଛାତ୍ରୀ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ବଡମାଲ ଥାନା ଅନ୍ତର୍ଗତ ଜଣେ କଲେଜ ପଢୁଆ ଛାତ୍ରୀ ସାଇବର ଠକେଇର ଶିକାର ହୋଇଛନ୍ତି। ସାଇବର ଲୁଟେରାମନେ ତାଙ୍କଠାରୁ ୧ ଲକ୍ଷ ଟଙ୍କା ଠକିଥିବା ସେ ବଡାମଲ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଯୁବତୀ ଫୁଲମତି ପ୍ରଧାନଙ୍କୁୁ ସାଇବର ଠକମାନେ ଫୋନ କରି କେବିସିରେ ୨୫ ଲକ୍ଷଟଙ୍କା ଜିତି ଥିବାର କହିଥିଲେ। ଏହାସହ ତାଙ୍କ ନାଁରେ ଚେକ କଟି ସାରିଛି କେବଳ ଜିଏସଟି ବାବଦକୁ ୧ ଲକ୍ଷ ଟଙ୍କା ସେ ପୈଠ କଲେ ଚେକ ତାଙ୍କ ଏକାଉଣ୍ଟକୁ ଟ୍ରନ୍ସଫର ହେବ ବୋଲି କହିଥିଲେ।

ଏହାସହ ଯୁବତୀଙ୍କ ନିକଟକୁ ସେମାନେ ତାଙ୍କ ନାଁରେ ଥିବା ଚେକର ଭିଡିଓ ପଠାଇଥିଲେ ଓ ଏକ ଅଫିସ ଦେଖାଇ ଏହା କେବିସର ବୋଲି କହିଥିଲେ। ଯୁବତୀ ଜଣକ ସେମନଙ୍କୁ ବିଶ୍ୱାସ କରି ୧ ଲକ୍ଷ ଟଙ୍କା ପୈଠ କରିଥିଲେ। ହେଲେ ମଧ୍ୟ ତାଙ୍କ ଏକାଉଣ୍ଟରେ ୨୫ ଲକ୍ଷ ଜମା ନହେବାରୁ ସେ ସାଇବର ଠକମାନଙ୍କୁ ଫୋନ କରିଥିଲେ। ହେଲେ ଠକ ମାନେ ତାଙ୍କ ଫୋନ ପ୍ରଥମେ ରିସଭ ନ କରିବା ସହ ପରେ ଅଧିକ ଟଙ୍କା ମାଗିଥିଲେ। ଏନେଇ ଶନିବାର ଫୁଲମତି ବଡମାଲ ଥାନାରେ ଅଭିଯୋଗ କଲାପରେ ପୁଲିସ ତଦନ୍ତ ଆରମ୍ଭ କରିଛି।