ସିଡବ୍ଲୁଜି ୨୦୨୨: ବକ୍ସିଂ ଇଭେଣ୍ଟ୍‌ରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ, ପଦକ ଜିତିଲେ ନୀତୁ ଜ୍ଞାନଘାସ୍‌

ବର୍ମିଂହାମ,ଏଜେନ୍ସି: ବକ୍ସିଂ ଇଭେଣ୍ଟ୍‌ରେ ଭାରତ ହାତେଇଲା ପ୍ରଥମ ସ୍ବର୍ଣ୍ଣ ପଦକ । ମହିଲା ବିଭାଗର ଫାଇନାଲ୍‌ ରାଉଣ୍ଡରେ ଭାରତୀୟ ବକ୍ସର ନୀତୁ ଜ୍ଞାନଘାସ୍‌ ଇଂଲିଶ ବକ୍ସରଙ୍କୁ ମାତ୍‌ ଦେଇଛନ୍ତି । ସର୍ବନିମ୍ନ ଓଜନ ବର୍ଗରେ ଏହି ପଦକ ହାସଲ କରିଛନ୍ତି ନୀତୁ ।

ନୀତୁ ଫାଇନାଲ୍‌ ରାଉଣ୍ଡରେ ଏକ ପାଖିଆ ଭାବରେ ବିଜୟ ହାସଲ କରିଛନ୍ତି । ଇଂଲିଶ ବକ୍ସର ଆର୍‌. ଡେମିଙ୍କୁ ୫-୦ ପଏଣ୍ଟରେ ପରାଜିତ କରିଛନ୍ତି ନୀତୁ ଜ୍ଞାନଘାସ୍‌ । ଏହାକୁ ନେଇ ଭାରତୀୟ ବକ୍ସିଂ ଫେଡେରସନ ସୂଚନା ଦେଇଛି ।

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଏହା ଭାରତର ୧୪ତମ ସ୍ବର୍ଣ୍ଣ ପଦକ । ଭାରତ ମୋଟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୪୬ଟି ପଦକ ହାସଲ କରି ସାରିଛି । ମେଡାଲ୍‌ ତାଲିକାରେ ଭାରତ ବର୍ତ୍ତମାନ ଚତୁର୍ଥ ସ୍ଥାନରେ ରହିଛି ।