୮ ବର୍ଷ ଶିଶୁର ଗଳା କାଟି ଦେଲେ ଦୁର୍ବୃତ୍ତ

କେନ୍ଦ୍ରାପଡ଼ା,ଏନ୍ଏନ୍ଏସ୍: କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ଟୁବୁରା ଗାଁରେ ଘଟିଛି ଅଭାବନୀୟ ଘଟଣା। ଗାଁ ଦାଣ୍ଡରେ ଖେଳୁଥିବାବେଳେ ୮ ବର୍ଷ ଶିଶୁର ଗଳା କାଟି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଗୁରୁତର ଶିଶୁକୁ ମାର୍ଶାଘାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଶିଶୁ ଜଣଙ୍କ ଅଟାବୁହା ଗାଁର କୈଳାସ ଦଳେଇଙ୍କ ପୁଅ ବୋଲି ଜଣାପଡିଛି।

ସେ ବନ୍ଧୁ ଘରକୁ ଆସିଥିବାବେଳେ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟଣାଇଛନ୍ତି। ଶିଶୁଟିର ବେକରେ ୧୭ଟି ଷ୍ଟିଜ ପଡିଥିବାବେଳେ ଅବସ୍ଥା ଗୁରୁତର ରହିଛି। ତେବେ ଆକ୍ରମଣର କାରଣ ଜଣାପଡିନଥିବାବେଳେ କେନ୍ଦ୍ରାପଡା ସଦରଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାକୁ ନେଇ ଗାଁରେ କିଛି ସମୟ ଉତ୍ତେଜନା ଦେଖାଦେଇଥିଲା।