ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ଜଣେ ଭାରତୀୟ ଯବାନ ସହିଦ

କାଶ୍ମୀର,ଏଜେନ୍ସି: ଜାମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ବୁଧବାର ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକିସ୍ତାନର ଏହି ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ଭାରତୀୟ ସେନାର ଜଣେ ଯବାନ ସହିଦ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ରାଜୌରୀ ଜିଲ୍ଲାର ସୁନ୍ଦରବେଣୀ ସେକ୍ଟରରେ ପାକିସ୍ତାନ ମୋର୍ଟାର ସାହାଯ୍ୟରେ ଗୁଳିବର୍ଷା କରିଥିଲା। ଏଥିରେ ଭାରତୀୟ ସେନାର ସିପାହି ଲକ୍ଷ୍ମଣ ଗୁରୁତର ହୋଇଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ପାକିସ୍ତାନୀ ନିୟନ୍ତ୍ରଣ ରେଖାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛନ୍ତି। ଫଳରେ ସୀମାନ୍ତ ଗାଁରେ ବସବାସ କରୁଥିବା ଲୋକଙ୍କ ଜୀବନ ଭୟରେ କଟୁଛି।