କୁଖ୍ୟାତ ମୋବାଇଲ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ: ୬ ଗିରଫ, ୩୮ ମୋବାଇଲ ଜବତ

କଟକ,ଏନ୍ଏନ୍ଏସ୍: ଚୌଦ୍ବାରରୁ ଗିରଫ ହେଲେ କୁଖ୍ୟାତ ମୋବାଇଲ ଲୁଟେରା ଗ୍ୟାଙ୍ଗ। ଦୀର୍ଘ ଦିନ ଧରି ଏହି ଗ୍ୟାଙ୍ଗ ଲୋକଙ୍କ ଠାରୁ ମୋବାଇଲ ଛିନତାଇ କରୁଥିଲେ। ଆଜି ଏହି ଗ୍ୟାଙ୍ଗକୁ ଧରିଛି କମିସନରେଟ ପୁଲିସ।

ଏହି ଗ୍ୟାଙ୍ଗର ମୁଖ୍ୟ ହେମନ୍ତ ଡୋରା ହୋଇଥିବାବେଳେ ଗ୍ୟାଙ୍ଗକୁ ସକ୍ରିୟ ଭାବେ ଚଳାଉଥିଲେ ହେମନ୍ତ। ଏହି ଗ୍ୟାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୁଲିସ। ଗିରଫ ଅଭିଯୁକ୍ତ ହେଲେ ଭଂଜନ ଭୋଳ, ନବୀନ, ବାବୁ ବିହାରୀ, ଦିଲ୍ଲୀପ ମାଝି ଓ ସରତ ସେଠୀ।

ତେବେ ଏହି ଗ୍ୟାଙ୍ଗର ମୁଖ୍ୟ ହେମନ୍ତଙ୍କ ନାଁରେ କଟକର ବିଭିନ୍ନ ଥାନାରେ ରହିଛି ୧୫ରୁ ଊର୍ଦ୍ଧ୍ବ ମାମଲା। ସେହିପରି ବାବୁ ବିହାରୀ ନାଁରେ ମଧ୍ୟ ୬ରୁ ଊର୍ଦ୍ଧ୍ବ ମାମଲା ରହିଛି। ଏମାନଙ୍କ ପାଖରୁ ୩୮ଟି ମୋବାଇଲ ଜବତ କରିଛି ପୁଲିସ।