୮ ଓ୍ବିକେଟ୍‌ରେ ବେଙ୍ଗାଲୁରୁକୁ ହରାଇଲା ଚେନ୍ନାଇ

ଦୁବାଇ, ଏଜେନ୍ସି: ଆରସିବି କୁ ୨ ଉଇକେଟରେ ପରାସ୍ତ କଲା ସୁପର କିଙ୍ଗସ୍‌ । ବେଙ୍ଗାଲୁରୁ  ପ୍ରଥମେ ଖେଳି  ୨୦ ଓଭରରେ ୧୪୫ ରନ୍‌ କରିଥିଲା । କେବଳ ୨ ଓ୍ବିକେଟ୍‌ ବିନିମୟରେ ଲକ୍ଷ୍ୟ ହାସଲ କଲା ଚେନ୍ନାଇ ସୁପର କିଙ୍ଗସ୍‌। ୧୮.୪ ଓଭରରେ ୧୫୦ ରନ୍‌ କରି ବେଙ୍ଗାଲୁରୁକୁ ପରାସ୍ତ କଲା । ରୁତୁରାଜ ଗାଇକ୍ବାଡଙ୍କ ଦମଦାର ଅର୍ଦ୍ଧଶତକ ଚେନ୍ନାଇକୁ ଜିତିବାରେ ସହାୟକ ହୋଇଛି। ଗାଇକ୍ବାଡ୍‌ଙ୍କ ସାଥ୍‌ ଦେଇଥିଲେ ଅଧିନାୟକ ଏମଏସ୍ ଧୋନୀ।

୪୬ ରନ୍‌ରେ ପ୍ରଥମ ଓ୍ବିକେଟ ଭାବେ ଡୁପ୍ଳେସିସ୍‌ଙ୍କୁ ହରାଇଥିଲା ସିଏସ୍‌କେ। ପରେ ଅମ୍ବାତି ରୟଡୁ ଆଉଟ ହୋଇଥିଲେ। ସେତେବେଳକୁ ଦଳର ସ୍କୋର ଥିଲା ୧୧୩। ରୁତୁରାଜଙ୍କ ଦମଦାର ୬୫ ରନ୍ ଓ ଧୋନୀଙ୍କ ୧୯ ରନ୍ ଦଳକୁ ବିଜୟ ଆଣିଦେଇଛି। ସେପଟେ ବେଙ୍ଗାଲୁରୁ ବୋଲର କିନ୍ତୁ ଚେନ୍ନାଇକୁ ଅଟକାଇବାରେ ସମର୍ଥ ହୋଇନାହାନ୍ତି। ଆଜିର ମ୍ୟାଚ୍‌ରେ କ୍ରିସ୍‌ ମୋରିସ ଓ ୟୁଜବେନ୍ଦ୍ର ଚହଲଙ୍କୁ ଗୋଟିଏ ଲେଖାଏଁ ଓ୍ବିକେଟ ମିଳିଛି ।