ଦୁଇ କାର ମୁହାଁମୁହିଁ ଧକ୍କା : ୨ ମୃତ , ୬ ଜଣ ଗୁରୁତର

ଫୁଲବାଣୀ, ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା କଳିଙ୍ଗିଆ -ଉଦୟଗିରି ରାସ୍ତାର ରାଇପଦା ଗ୍ରାମ ନିକଟ ବୁଲାଣି ରାସ୍ତାରେ ଦୁଇ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତର ମାନଙ୍କୁ ପ୍ରଥମେ ଜି. ଉଦୟଗିରି ମେଡିକାଲ ନେବା ପରେ ସେଠାରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଦୁର୍ଘଟଣାସ୍ଥଳରେ ଜି. ଉଦୟଗିରି ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ  ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛନ୍ତି।

ସୂଚନାଅନୁସାରେ ଦୁଇ ମୃତକଙ୍କ ସମେତ ସମସ୍ତ ଗୁରୁତର ମାନେ ଟିକାବାଲି ଅଞ୍ଚଳର ବୋଲି ଜଣାପଡ଼ିଛି । ମୃତକ ଦୁଇ ଜଣଙ୍କ ନାମ ପଞ୍ଚ। ସାହୁ ଏବଂ ସୁବାଷ ଚନ୍ଦ୍ର ବେହେରା ବୋଲି ଜଣାପଡ଼ିଛି । ତେବେ କେଉଁ କାରଣ ପାଇଁ ଦୁର୍ଘଟଣା ଘଟିଛି ସେ ନେଇଁ ସ୍ପଷ୍ଟ ଭାବେ କିଛି ଜଣାପଡ଼ିନାହିଁ ।