ମୁମ୍ବାଇକୁ ୬ ୱିକେଟରେ ହରାଇ ପଏଣ୍ଟସ ଟେବୁଲରେ ୨ୟ ସ୍ଥାନକୁ ଉଠିଲା ଚେନ୍ନାଇ

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସକୁ ୬ ୱିକେଟରେ ହରାଇ ଦେଇଛି । ଏଥିସହିତ ପଏଣ୍ଟସ୍ ଟେବୁଲରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି । ଆଜିର ମ୍ୟାଚରେ ଚେନ୍ନାଇ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ଆଉ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ଟି ୱିକେଟ ହରାଇ୧୩୯ ରନ ହାସଲ କରିଥିଲା । ଏହାର ଜବାବରେ ଚେନ୍ନାଇ ୧୭.୪ ଓଭରରେ ୪ଟି ୱିକେଟ ହରାଇ୧୪୦ ରନ୍ କରିବାରେ ସଫଳ ହୋଇଥିଲା । ଚେନ୍ନାଇ ପକ୍ଷରୁ ଓପନର ଋତୁରାଜ ଗାୟକୱାଡ (୩୦), ଡେଭନ କୋନୱେ(୪୪), ଅଜିଙ୍କ୍ୟ ରାହାଣେ(୨୧) କରିଥିବାବେଳେ ଧୋନୀ(୨) ଓ ଶିଭମ ଦୁବେ(୨୬) ରନ୍ କରି ଅପରାଜିତ ରହିଥିଲେ । ଏଥିସହିତ ଚେନ୍ନାଇ ପାଇଁ ୩ ୱିକେଟ ନେଇଥିବା ଶ୍ରୀଲଙ୍କାଇ ପେସର ମଥୀଷା ପଥୀରାନା ପ୍ଲେୟର ଅଫ ଦି ମ୍ୟାଚ ପାଇଛନ୍ତି ।