ଭୁବନେଶ୍ୱର,ଏନ୍ଏନ୍ଏସ୍: ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟସେବା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ସହିତ ବାର୍ଦ୍ଧକ୍ୟ ରୋଗ ଜନିତ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରର ମେଡିସିନ୍(ଭେଷଜ) ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର କ୍ଲିନିକ୍ ସେବା ଆରମ୍ଭ କରିଛି। ଚଳିତ ମାସ ପହିଲାରୁ କାର୍ଯ୍ୟାରମ୍ଭ କରିଥିବା ଏହି ସ୍ୱତନ୍ତ୍ର କ୍ଲିନିକ୍ ସପ୍ତାହର ପ୍ରତି ମଙ୍ଗଳବାର ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ କାର୍ଯ୍ୟକରିବ। ଏମ୍ସ ଭୁବନେଶ୍ୱର ମେଡିସିନ୍ ବିଭାଗର ଅତିରିକ୍ତ ପ୍ରଫେସର ଡ. ରଶ୍ମୀରଂଜନମହାନ୍ତିଏହି କ୍ଲିନିକ୍ର ମୁଖ୍ୟ ଭାବେ କାର୍ଯ୍ୟ ତୁଲାଇବେ।
ଏହି କ୍ଲିନିକ୍କୁ ବାର୍ଦ୍ଧକ୍ୟ ଜନିତ ରୋଗର ସାମଗ୍ରୀକ ଚିକିତ୍ସା କ୍ଷେତ୍ରରେ ବିଶେଷ ସହାୟକ ହେବ। ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟସେବାକୁ ଆଦୌ ଅଣଦେଖା କରିବା ଉଚିତ୍ ନୁହେଁ ବୋଲି କୋଭିଡ୍ ମହାମାରୀ ସମୟରେଏହା ସ୍ପଷ୍ଟ ହୋଇଛି। ଆସନ୍ତା ୨୦୩୧ ସୁଦ୍ଧା ଭାରତର ମୋଟ ଜନ ସଂଖ୍ୟାର ପ୍ରାୟ ୧୩.୧ ପ୍ରତିଶତ ବରିଷ୍ଠ ନାଗରିକଙ୍କ ଦ୍ବାରା ପୂର୍ଣ୍ଣ ହେବ।
ତେଣୁ ସେମାନଙ୍କର ଚିକିତ୍ସା ତଥା ସ୍ବାସ୍ଥ୍ୟସେବାକୁ ଏମ୍ସ ଭୁବନେଶ୍ୱର ଗୁରୁତର ସହିତ ନେଇ ଏପରି ସେବା ଆରମ୍ଭ କରିଥିବା ଏହାର ମୁଖ୍ୟ ଡ. ମହାନ୍ତି ପ୍ରକାଶ କରିଛନ୍ତି। ଏହି କ୍ଲିନିକ୍ ମଧ୍ୟରେ ବରିଷ୍ଠ ନାଗରିକଙ୍କର ମଧୁମେହ, ଉଚ୍ଚ ରକ୍ତଚାପ, ମୋଟାପଣ, କୋଷ୍ଠକାଠିନ୍ୟ, ସିଓପିଡି, ବିଭିନ୍ନ ହୃଦ୍, ବୃକକ୍ ଏବଂ ମାନସିକ ରୋଗ ଭଳି ବିଭିନ୍ନ ସମସ୍ୟାର ସମାଧାନ କରାଯାଇପାରିବ ବୋଲି ଡ. ରଶ୍ମୀରଂଜନ ମହାନ୍ତି ସୂଚନା ଦେଇଛନ୍ତି।
କ୍ରମବର୍ଦ୍ଧିଶ୍ନୁ ସହରୀକରଣ ଏବଂ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ବାର୍ଦ୍ଧକ୍ୟଜନିତ ରୋଗର ଚିକିତ୍ସା କ୍ଷେତ୍ରରେ ଏକ ପ୍ରମୁଖ ଆହ୍ବାନ ପାଲଟିଛି। ଏମ୍ସ ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର ଜେରିଆଟ୍ରିକ୍କେୟାର କ୍ଲିନିକ୍ ଆରମ୍ଭ ହେବା ଦ୍ବାରା ରାଜ୍ୟର ଲୋକଙ୍କ ପାଇଁ ନିହାତି ଉତ୍ସାହଜନକ ବୋଲି ମତପ୍ରକାଶ ପାଇଛି।
ଏହି ଅବସରରେ ଜେରିଆଟ୍ରିକ୍ଯତ୍ନର ବିଭିନ୍ନ ଦିଗ ଉପରେ ଆଲୋଚନା ପାଇଁ ଏକ ୱେବିନାରର ଆୟୋଜନ କରାଯାଇଥିଲା। ଜେରିଆଟ୍ରିକ୍ମେଡିସିନ୍ର ବିଶିଷ୍ଟ ଚିକିତ୍ସକ ତଥା ଏମ୍ସ ଦିଲ୍ଲୀ ଜେରିଆରିକ୍ ବିଭାଗର ପ୍ରତିଷ୍ଠାତା ପ୍ରଫେସର ଡ. ଏ ବିଦେ ଏହି ଅବସରରେ ବିଶେଷ ବକ୍ତବ୍ୟ ପ୍ରକାଶ କରିଥିଲେ।
ଏମ୍ସଭୁବନେଶ୍ୱରମେଡିସିନ୍ ବିଭାଗର ଡ. ଅନୁପମାବେହେରାଏବଂ ଡ. ଧୃତୀ ସୁନ୍ଦର ଦାଶ ମଧ୍ୟ ଏହି ସ୍ୱତନ୍ତ୍ର କ୍ଲିନିକ୍ର ଅଂଶ ଭାବେ କାର୍ଯ୍ୟକରିବେ।