ଦୀର୍ଘ ୨ ମାସ ପରେ ସିଆରପିଏଫ୍ ଯବାନଙ୍କ ଗଳିତ ଶବ ଉଦ୍ଧାର ଜିଲ୍ଲା By Nitidin On Feb 24, 2020 Share ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ସହରସ୍ଥିତ ନୂଆସାହି ନିକଟରୁ ପୁଲିସ ଏକ ନର କଙ୍କାଳ ଉଦ୍ଧାର କରିଛି। ଘଟଣାସ୍ଥଳରେ ରାୟଗଡା ଏସ୍ପି ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ରବିବାର ନୂଆସାହି ନିକଟରେ ଏକ ନରକଙ୍କାଳ ପଡ଼ିଥିବା ପୁଲିସ ସୂଚନା ପାଇ ଘଟଣାସ୍ଥଳକୁ ଯାଇଥିଲା। ପରେ ସେଠାରେ ପୁଲିସ ଏକ ଆଧାରା କାର୍ଡ, ସିଆରପିଏଫ୍ ଯବାନ ପିନ୍ଧୁଥିବା ଡ୍ରେସ ଏବଂ ଅନ୍ୟ କିଛି ସାମଗ୍ରୀ ଜବତ ହୋଇଛି। ଜବତ ହୋଇଥିବା ଆଧାର କାର୍ଡଟି ଯବାନ ଧର୍ମ ଦେବଙ୍କ ବୋଲି ଜଣାପଡିଛି। ଏ ନେଇ ସିଆରପିଏଫ ସେକେଣ୍ଡ ଇନ କମାଣ୍ଡେଟ ଏସକେ ଠାକୁର ପହଞ୍ଚି ଧର୍ମ ଦେବଙ୍କ ପରିଚୟ ପତ୍ର, ଆଧାର କାର୍ଡ ଏବଂ ଡ୍ରେସକୁ ଚିହ୍ନଟ କରିଛନ୍ତି। ତେବେ ଯବାନ ଧର୍ମ ଦେବ ଗତ ୨ ମାସ ହେବ ନିଖୋଜ ଥିବା ନେଇ ତାଙ୍କ ପତ୍ନୀ ଏବଂ ସିଆରପିଏଫ ପକ୍ଷରୁ ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁୁକୁର ହତ୍ୟାକାରୀଙ୍କୁ ଧରିବା ପ୍ରୟାସ ଜାରି ରଖିଛନ୍ତି। Share