ଜାପାନ,ଏଜେନ୍ସି: ଜାପାନୀ ଉପକୂଳରେ ଅଟକିଥିବା ଡାଇମଣ୍ଡ ପ୍ରିନ୍ସସେସରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଥିରେ ଥିବା ଆଉ ୪ ଜଣ କୋରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। କୋରୋନା ଭାଇରସରୁ ବର୍ତ୍ତିବା ପାଇଁ ଲୋକମାନେ ପାଣି ମଝିରେ ଜାହାଜରେ ରହୁଥିବା ବେଳେ ସେଠାରେ ମଧ୍ୟ ଏହା ଦେଖିବାକୁ ମିଳିଛି। ତେବେ ଏହାକୁ ମିସାଇ ୧୨ରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା। ପୂର୍ବରୁ ୮ ଜଣ ସଂକ୍ରମିତ ହୋଇଥିଲେ। ଭାରତୀୟ ଦୂତାବାସ ପକ୍ଷରୁ ଏହି ସୂଚନା ମିଳିଛି। ତେବେ ଯେଉଁମାନେ କୋରୋନାରେ ସଂକ୍ରମିତ ନୁହଁନ୍ତି ସେମାନଙ୍କୁ ଘରକୁ ପଠାଇଦିଆଯିବା ନେଇ ବ୍ୟବସ୍ଥା କରାଯାଇଛି।
ସଂକ୍ରମିତ ୧୨ ଜଣଙ୍କର ଚିକିତ୍ସାରେ ବ୍ୟାପକ ପରିବର୍ତ୍ତନ ଆସୁଛି ବୋଲି ସୂଚନା ଦେଇଛି ଭାରତୀୟ ଦୂତାବସ। ଏଥିସହିତ ଜାପାନୀ ଅଥୋରିଟି ଜାହାଜରେ ଥିବା ସମସ୍ତଙ୍କର ନମୁନା ନେଇଛନ୍ତି, ଯାହାର ପରୀକ୍ଷା ଚାଲିଛି। ଏହି ସମସ୍ତ ରିପୋର୍ଟ ୨୫ରୁ ୨୬ ଫେବ୍ରୁଆରୀ ମଧ୍ୟରେ ଆସିଯିବ। ଏଥିସହିତ ଜାହାଜରେ ଉପସ୍ଥିତ ଥିବା ଜଣେ ୮୦ ବର୍ଷିଆ ଜାପାନୀ ବ୍ୟକ୍ତିଙ୍କ ମୃତ୍ୟ ଘଟିଛି। ଉକ୍ତ ବ୍ୟକ୍ତିଙ୍କୁ କୋରୋନା ସଂକ୍ରମିତ ହେବା ପୃଷ୍ଟି ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।