କୁଲିହାମୁଣ୍ଡାରେ ସିଆର୍‌ପିଏଫ୍‌ର ଜନସମ୍ପର୍କ ଶିବିର; ବିଭିନ୍ନ ଉପକରଣ ସହ ମାଗଣା ଔଷଧ ବିତରଣ କଲେ

ପାଟଣାଗଡ,ଏନ୍ଏନ୍ଏସ୍: ଖପ୍ରାଖୋଲ ବ୍ଲକ୍‌ ରେଙ୍ଗାଲି ପଞ୍ଚାୟତ କୁଲିହାମୁଣ୍ଡାଠାରେ ସିଆର୍‌ପିଏଫ୍ ୧୮୯ ବାଟାଲିଅନ୍‌ର ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଥିଲା। ଖପ୍ରାଖୋଲ ୧୮୯ ବାଟାଲିଅନ୍‌ର ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ଲଖବିନ୍ଦର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ରୁପେ କମାଣ୍ଡେଣ୍ଟ ପବନ କୁମାର ତିଓ୍ବାରି, ସମ୍ମାନିତ ଅତିଥି ରୂପେ ସେକେଣ୍ଡ କମାଣ୍ଡେଣ୍ଟ ପିକେ ସାହୁ, ଡେପୁଟି କମାଣ୍ଡେଂଟ ବିନୋଦ ଟଣ୍ଡନ, ନବ ନିର୍ବାଚିତ ରେଙ୍ଗାଲି ସରପଞ୍ଚ ଉମାକାନ୍ତ ମେହେର ପ୍ରମୁଖ ଯୋଗଦେଇଥିଲେ।

ଏହି ଅବସରରେ ଘୁନସର, ରେଙ୍ଗାଲି, ତେଲେନପାଲି ପ୍ରମୁଖ ପଂଚାୟତର ଚିହ୍ନଟ ଜନସାଧାରଣଙ୍କୁ ୨୦୦ଟି ରେଡିଓ ଓ ୩୬ଟି ସୋଲାର ଲାଇଟ୍‌, ବଣ୍ଟନ କରିଥିଲେ। ସେହିପରି ମାଗଣା ସ୍ୱାସ୍ଥ୍ୟ ଶିବିରରେ ଶତାଧିକ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣା ଔଷଧ ବଣ୍ଟନ କରିଥିଲେ। ଜନସମ୍ପର୍କ ଶିବିର ଦ୍ୱାରା ସିଆର୍‌ପିଏଫ୍ ଓ ମାଓ ପ୍ରଭାବିତ ଅଞ୍ଚଳର ଲୋକଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ପାଇଁ ଆୟୋଜିତ ହୋଇଥିବା କମାଣ୍ଡେଣ୍ଟ କହିଥିଲେ।