କୁଆଁପାଳ,ଏନ୍ଏନ୍ଏସ୍: ମାହାଙ୍ଗା ବ୍ଲକରେ ଦୈନିକ କୋଭିଡ୍ ସଂକ୍ରମିତଙ୍କ ହାର ବଢୁଥିବା ବେଳେ ଲୋକେ କିନ୍ତୁ ସରକାରୀ ନିୟମ କଟକଣାକୁ ଖାତିରି କରୁ ନାହାନ୍ତି। ଆଜି ପୂର୍ବ ମାହାଙ୍ଗା ଅଞ୍ଚଳର ଭଦ୍ରେଶ୍ୱରଠାରେ ଥିବା ସେଣ୍ଟ୍ରୋଲ ବ୍ୟାଙ୍କ ଶାଖା ଓ ଉମରସ୍ଥିତ କାନାରା ବ୍ୟାଙ୍କ ଶାଖାରେ କାଳିଆ ଯୋଜନାରେ ୨ ହଜାର ଟଙ୍କା ଉଠାଇବା ନିମନ୍ତେ ନାହିଁ ନଥିବା ଭିଡ ଜମିଥିବା ଦେଖିବାକୁ ମଳିଥିଲା। ଖରାରେ ଦିନ ୧୧ଟା ସମୟରେ ବ୍ୟାଙ୍କ ସମ୍ମୁଖରେ ଭିଡ ଜମିଥିଲା।
ଟଙ୍କା ଉଠାଇବା ପାଇଁ ଆସିଥିବା ଲୋକମାନେ ନା ସାମାଜିକ ଦୂରତା ରକ୍ଷା କରୁଥିଲେ ନା ମୁହଁରେ ସଠିକ୍ ଭାବେ ମାକ୍ସ ଲାଗାଇଥିଲେ। ସଂପ୍ରତି ରାଜ୍ୟରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନଥିଲା ବେଳେ ଲୋକମାନେ ସଚେତନ ନହେବା ଏବଂ ପ୍ରଶାସନ ଏ ଦିଗରେ ସଠିକ୍ ପଦକ୍ଷେପ ଗ୍ରହଣ ନକରିବା ଆଗାମୀ ଦିନରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ଦେଖାଦେଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।