ପାଟଣାଗଡ଼,ଏନ୍ଏନ୍ଏସ୍: ନବବର୍ଷର ପ୍ରଥମ ଦିନରେ ପଶ୍ଚିମ ଓଡ଼ିଶାରଅନ୍ୟତମ ଶୈବପୀଠ ହରିଶଙ୍କରରେ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ସେହିପରି ଏଠାକାର ଚିରସ୍ରୋତାଝରଣା ମଧ୍ୟ ଅନ୍ୟତମ ଆକର୍ଷଣ ପାଲଟିଛି। ବଣଭୋଜି ଆସର ଟାଣି ଆଣୁଛି ଏହି ଝରଣା।

ଏହି ପୀଠକୁ ଦୈନନ୍ଦିନ ହଜାର ହଜାର ଲୋକଙ୍କ ଶୁଅ ଛୁଟୁଛି। ଏହି ପରିପ୍ରେକ୍ଷୀରେ ଆଜି ନୂଆ ବର୍ଷର ପ୍ରଥମ ଦିନ ହୋଇଥିବା ବେଳେ ଏଠାରେ ପର୍ଯ୍ୟଟକମାନଙ୍କ ଭିଡ ଦେଖାଯାଇଛି।]
