କ୍ରାଇମବ୍ରାଞ୍ଚ ହାତକୁ ଗଲା ସୌମ୍ୟରଞ୍ଜନ ମୃତ୍ୟୁ ମାମଲା ତଦନ୍ତ ଭାର

ପାରଳାଖେମୁଣ୍ଡି,ଏନ୍ଏନ୍ଏସ୍: ପାରଳାଖେମୁଣ୍ଡି ବନ ଅଧିକାରୀ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ମାସେ ପୁରିଛି। ତଥାପି ମୃତ୍ୟୁ ରହସ୍ୟ ଉପରୁ ଏଯାଏଁ ପରଦା ଉଠାଇ ପାରିନି ଗଜପତି ପୁଲିସ। ଅନ୍ୟପଟେ ସୌମ୍ୟଙ୍କ ପରିବାର ଲୋକ କିଛି ଲୋକଙ୍କ ନାମରେ ସିଧାସଳଖ ଅଭିଯୋଗ ଆଣିବା ପରେ ବି ଏହି ମାମଲାରେ ପୂର୍ଣ୍ଣଛେଦ ପଡିପାରିନି।

ଆଜି ଏହି ମାମଲା ଆଉ ଏକ ନୂଆ ମୋଡ ନେଇଛି। ଏସସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାକୁ ରାଜ୍ୟ କ୍ରାଇବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ଏଣିକି ଏହି ମାମଲାର ତଦନ୍ତ କରିବ ରାଜ୍ୟ କ୍ରାଇବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍।

ଡିଜିପିଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦିଆଯାଇଛି। ଏନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା। ଏହି ମାମଲାରେ କ୍ରାଇମବ୍ରାଞ୍ଚ ଡିଏସପିଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ଗଠନ କରାଯାଇ ତଦନ୍ତ କରାଯିବ ବୋଲି ଜଣାପଡିଛି। କ୍ରାଇମବ୍ରାଞ୍ଚ ତଦନ୍ତ ପରେ ପୂରା ଘଟଣା ଉପରୁ ପରଦା ଉଠିବ ବୋଲି ଆଶା କରାଯାଉଛି।