ଭାରତ-ଦକ୍ଷିଣ ଆଫ୍ରିକା ୪ର୍ଥ ଟି-୨୦ ଆଜି; ବିଜୟଧାରା ଜାରି ରଖିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ରାଜକୋଟ,ଏଜେନ୍ସି: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ୪ର୍ଥ ଟି-୨୦ ମ୍ୟାଚ ଖେଳିବ। ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଏହି ମୁକାବିଲା ଗୁଜରାଟର ରାଜକୋଟରେ ଖେଳାଯିବ। ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବାକୁ ଥିବା ଏହି ମୁକାବିଲାରେ ଭାରତ ପୁଣି ଥରେ ଚମକିବାକୁ ଉଦ୍ୟମ କରିବ। ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍ ମ୍ୟାଚ ଜିତିବା ପାଇଁ ଉଦ୍ୟମ କରିବେ। ବର୍ତ୍ତମାନ ଯାଏଁ ଶୃଙ୍ଖଳାରେ ଅତିଥି ଟିମ୍ ୨ଟିରେ ବିଜୟ ହୋଇଥିଲା ବେଳେ ଭାରତ ଗୋଟିଏ ମ୍ୟାଚ ଜିତିଛି।

ତେବେ ଗତ ୧୪ ତାରିଖରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଭାରତୀୟ ଟିମ୍ ଭଲ ପ୍ରଦର୍ଶନ କରିଥିଲା। ଟିମ୍ ଇଣ୍ଡିଆ ଏହି ମ୍ୟାଚକୁ ୪୮ ରନ୍‌ରେ ଜିତିଥିଲା। ଯୁବ ଭାରତୀୟ ଟିମ୍ ଫର୍ମରେ ଥିବାରୁ ରାଜକୋଟରେ ସ୍ୱତନ୍ତ୍ର ରଣନୀତି ନେଇ ପଡ଼ିଆକୁ ଓହ୍ଲାଇବ ବୋଲି ଆଶା କରାଯାଉଛି। ଅନ୍ୟପଟରେ ଦକ୍ଷିଣ ଆଫ୍ରିକା ମଧ୍ୟ ଆଜିର ମ୍ୟାଚ ଜିତିବାକୁ ଉଦ୍ୟମ କରିବ। କାରଣି ପୂର୍ବରୁ ୨ଟି ମ୍ୟାଚ ଜିତି ସାରିଥିବାରୁ ତାକୁ ଶୃଙ୍ଖଳା ବିଜୟ ହାସଲ କରିବା ପାଇଁ ଆଉ ଗୋଟିଏ ମ୍ୟାଚ୍‌ ଜିତିବାର ଅଛି।