ଅଗ୍ନିପଥ ଯୋଜନା: ଚଳିତ ବର୍ଷ ଭର୍ତ୍ତି ପାଇଁ ବଢ଼ିଲା ବୟସ ସୀମା, ୨୩ ବର୍ଷ ଯାଏଁ ଯୁବକ କରିପାରିବେ ଆବେଦନ

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ସରକାର ୨ ବର୍ଷ ହେଲା କରୋନା କାରଣରୁ ସେନାରେ ଭର୍ତ୍ତି ହୋଇ ନ ପାରିଥିବା ଯୁବଗୋଷ୍ଠୀଙ୍କୁ ବଡ଼ ଆଶ୍ୱସ୍ଥି ପ୍ରଦାନ କରିଛନ୍ତି। ଏଭଳି ଯୁବକମାନେ ଅଗ୍ନିପଥ ଯୋଜନାରେ ଭର୍ତ୍ତି ହୋଇପାରିବେ। ସରକାର ଏହି ଯୋଜନା ପାଇଁ ପ୍ରାର୍ଥୀଙ୍କ ବୟସ ୨୧ରୁ ୨୩ ବର୍ଷ କରିଦେଇଛନ୍ତି। ମାତ୍ର ସରକାର ବୟସ ସୀମାକୁ କେବଳ ଚଳିତ ବର୍ଷ ପାଇଁ ଲାଗୁ କରିବେ। ଏପର୍ଯ୍ୟନ୍ତ ଭର୍ତ୍ତି ପାଇଁ ସରକାର ସାଢ଼େ ୧୭ ବର୍ଷରୁ ୨୧ ବର୍ଷ ବୟସ ବର୍ଗଙ୍କ ପାଇଁ ନିର୍ଦ୍ଧାରିତ କରିଥିଲେ। ସୂଚନାଯୋଗ୍ୟ ବିଗତ ୨ ବର୍ଷ ହେବ ସେନାରେ ଭର୍ତ୍ତି ହେଉ ନଥିଲା। ଏଥି ପାଇଁ ସରକାର ସେନାରେ ଭର୍ତ୍ତି ପାଇଁ ପ୍ରସ୍ତୁତ ହେଉଥିଲେ।

ସେନା ଭର୍ତ୍ତି ପାଇଁ ନିର୍ଦ୍ଧାରିତ ଶୈକ୍ଷଣିକ ଯୋଗ୍ୟତା ପୂର୍ବଭଳି ରହିବ। ଦ୍ୱାଦଶ ପାସ ପ୍ରାର୍ଥୀ ଭର୍ତ୍ତି ପାଇଁ ପାତ୍ର ହୋଇପାରିବେ। ଫିଜିକାଲ ଷ୍ଟାଣ୍ଡାର୍ଡ ଓ ଫିଜିକାଲ ଏଫିସିଏନ୍ସି ଟେଷ୍ଟ ଆଧାରରେ ପ୍ରାର୍ଥୀଙ୍କ ଚଚୟ ହେବ। ଯୁବଗୋଷ୍ଠୀ ୪ ବର୍ଷ ପାଇଁ ଅଗ୍ନିବୀର ଭାବେ ସେନାରେ ଯୋଗ ଦେଇପାରିବେ। ଏହି ଯୋଜନା ମାଧ୍ୟମରେ ୪୫ ହଜାର ଯୁବକଙ୍କୁ ସେନାରେ ସାମିଲ କରାଯିବ। ଏହି ସମୟରେ ୬ ଥର ମିଲିଟାରୀ ତାଲିମ ଦିଆଯିବ। ଅଗ୍ନିବୀରଙ୍କୁ ୩୦ରୁ ୪୦ ହଜାର ଟଙ୍କା ଦରମା ସହ ଅନ୍ୟ ସୁବିଧା ମିଳିବ।