ଏସିଆ କପ୍‌: ୨୮ରେ ଭାରତ-ପାକିସ୍ତାନ ମ୍ୟାଚ, ଦୁବାଇରେ ହେବ ମୁକାବିଲା

ନୂଆଦିଲ୍ଲୀ,ଏଜେନ୍ସି: ଶାରଜା କ୍ରିକେଟ ଷ୍ଟାଡିୟମ୍ ୧୯୮୪ ମସିହାରେ ପ୍ରଥମ ଥର ପାଇଁ ଏସିଆ କପର ଆୟୋଜନ କରିଥିଲା । ଅଗଷ୍ଟ ୩୦ରୁ ହେବାକୁ ଥିବା ପ୍ରମୁଖ ମ୍ୟାଚର ଆୟୋଜନ ପାଇଁ ଏହା ପୁଣି ଥରେ ଟୁର୍ଣ୍ଣାମେଣ୍ଟର ସ୍ୱାଗତ କରିବା ଲାଗି ପ୍ରସ୍ତୁତ ହୋଇଯାଇଛି । ପ୍ରତିଷ୍ଠିତ ସ୍ଥଳ ଗତ ବର୍ଷ ପ୍ରମୁଖ ନବୀନୀକରଣର ଘୋଷଣା କରିଥିଲା, ଯେଉଁଥିରେ ଏକ ନୂଆ ଅତିଥ୍ୟ ଅନୁଭବ ସାମିଲ ରହିଛି । ୧୧ ଭିଆଇପି ସୁଟ ଓ ଏକ ଅତ୍ୟାଧୁନିକ ରୟାଲ ସୁଟ ସାମିଲ ରହିଛି । ଏସିୟ କ୍ରିକେଟ ପରିଷଦର ପ୍ରତିଷ୍ଠାତା ସଦସ୍ୟ ଭାବେ ଅବଦୁଲ ରହମାନ ବୁଖାତିର ଏହି ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ।

ବିଶ୍ୱ ସ୍ତରୀୟ କ୍ରିକେଟ ସ୍ଥଳ ଭାବେ ଶାରଜାର ପ୍ରତିଷ୍ଠାର ଉଲ୍ଲେଖ ନ କରାଯିବା ବଡ଼ ଆଶ୍ଚର୍ଯ୍ୟଜନ । କାରଣ ଗୋଟିଏ ସ୍ଥାନରେ ଅଧିକତମ ଏକ ଦିବସୀୟ ଅନ୍ତର୍ଜାତୀୟ ମ୍ୟାଚ (୨୪୫)ର ଆୟୋଜନ ପାଇଁ ଗିନୀଜ ୱାଲ୍‌ର୍ଡ ରେକର୍ଡସରେ ସାମିଲ ହୋବା ଏହାରି ପାଇଁ ସ୍ୱତନ୍ତ୍ର । ୧୧ ବର୍ଷର ବ୍ୟବଧାନ ପରେ ୧୯୯୫ରେ ଶାରଜାରେ ଦ୍ୱିତୀୟ ଥର ୫ମ ଏସିଆ କପରେ ଆୟୋଜନ କରାଯାଇଥିଲା । ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶ ଏହି ସଂସ୍କରଣରେ ଅଂଶଗ୍ରହଣ କରିଥିଲେ । ଏଥିରେ ଭାରତ କ୍ରମାଗତ ଭାବେ ୪ର୍ଥ ଥର ପାଇଁ ଏସିଆ କପ ଜିତିଥିଲା ।

ଏସିଆ କପ ୨୦୨୨ ଟୁର୍ଣ୍ଣାମେଣ୍ଟ ଅଗଷ୍ଟ ୨୭ରୁ ଶ୍ରୀଲଙ୍କାର ଆୟୋଜନରେ ୟୁଏଇରେ ଆରମ୍ଭ ହେବ । ଗତ ଚାମ୍ପିଅନ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ସହିତ ଏକ କ୍ୱାଲିଫାୟର ହେବେ । ଟୁର୍ଣ୍ଣାମେଣ୍ଟ ଡବଲ ରାଉଣ୍ଡ-ରବବିନ ଓ ନକଆଉଟ ଫର୍ମାଟରେ ଖେଳାଯିବ । ଭାରତ ଓ ପାକିସ୍ତାନ ଗ୍ରୁପ-ଏରେ ଅଛନ୍ତି । ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନକୁ ଗ୍ରୁପ-ବିରେ ରଖାଯାଇଛି । ସେପ୍ଟେମ୍ବର ୧୧ରେ ଦୁବାଇରେ ଫାଇନାଲ ମ୍ୟାଚ ସହିତ ମୋଟ ୧୩ଟି ମୁକାବିଲା ହେବ । ଭାରତ ଓ ପାକିସ୍ତାନ ୨୮ ତାରିଖରେ ମୁହାଁମୁହିଁ ହେବେ । ଏହି ମ୍ୟାଚ ଦୁବାଇରେ ଖେଳାଯିବ ।