ବଲାଙ୍ଗିରରେ କରୋନା ଟିକାକରଣ ଆରମ୍ଭ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାର ଭୀମଭୋଇ ହସ୍ପିଟାଲ, କନ୍ଧପାଲି ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଓ ପାଟଣାଗଡ଼ ଡାକ୍ତରଖାନାରେ କରୋନା ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମକୁ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣା, ଏସପି ନିତିନ କୁସଲକର ଓ ସିଡିଏମଓ ଭୀମ ସାହୁ ଉଦଘାଟନ କରିଥିଲେ। ଏହି ଅବସରରେ ପ୍ରଥମେ ଡା.ଗିରିଜା ଶଙ୍କର ଉଦଗାତାଙ୍କୁ ଟିକା ଦିଆଯାଇଥିଲା। ଟିକା ଦିଆଯାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ୩୦ ଘଣ୍ଟା ପାଇଁ ନୀରିକ୍ଷଣରେ ରଖାଯିବ। ପ୍ରଥମ ପର୍ଯ୍ୟାୟରେ କେବଳ କରୋନା ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯିବ।