Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଚୀନ୍‌ରେ କଡାକଡି ହେଲା କୋଭିଡ୍ କଟକଣା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଚୀନ୍‌ରେ କଡାକଡି ହେଲା କୋଭିଡ୍ କଟକଣା

ବେଜିଂ,ଏଜେନ୍ସି: କୋଭିଡ୍‌ର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚୀନ୍‌ରେ ବର୍ତ୍ତମାନ ଏହି ମହାମାରୀ ପୁଣି ଆତଙ୍କ ସୃଷ୍ଟି କରିଛି। ଫଳରେ ଚୀନ୍ ସରକାରଙ୍କ ପକ୍ଷରୁ ରାଜଧାନୀ ବେଜିଂ ସମେତ ଏକାଧିକ ପ୍ରଦେଶରେ କୋଭିଡ୍ କଟକଣାକୁୁ ଅଧିକ ଜୋରଦାର କରାଯାଇଛି। ୧୪ଟି ପ୍ରଦେଶରେ ପୁଣି କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇଥିବାରୁ ଏହା ଚୀନ୍ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଗାନ୍‌ସୁ, ହେବେଇ, ନିଙ୍ଗ୍‌ଜିଆ, ଝେଜିଆଙ୍ଗ୍‌, ସାନ୍‌ଡୋଙ୍ଗ୍ ଓ କ୍ୱିଙ୍ଗ୍‌ହାଇ ପ୍ରଦେଶରେ ଅବସ୍ଥା ଏକପ୍ରକାର ସାଂଘାତିକ ହୋଇପଡିଛି।

ରବିବାର ବେଜିଂରେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରାଯାଇଛି। ବାହାରକୁ ଯାଇଥିବା କିମ୍ବା ରାଜଧାନୀ ଆସିବାକୁ ଇଚ୍ଛୁକ ଥିବା ଲୋକଙ୍କୁ ବେଜିଂ ଗସ୍ତ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜଧାନରୀ ସମସ୍ତ ପ୍ରବେଶପଥକୁ ସିଲ୍ କରାଯାଇଥିବାବେଳେ ବିମାନବନ୍ଦରରେ ମଧ୍ୟ କଡା ନଜର ରଖାଯାଇଛି। ଜ୍ୱର, କଫ, କାଶ ଭଳି ଲକ୍ଷଣ ଥିଲେ, ବାହାରକୁ ନବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସମସ୍ତ ସାମାଜିକ କାର୍ଯ୍ୟକ୍ରମକୁ ବାତିଲ ଘୋଷଣା କରାଯାଇଥିବାବେଳେ ଶିକ୍ଷାନୁଷ୍ଠାନଗୁଡିକରେ ମଧ୍ୟ ଅନୁରୂପ କଟକଣା ଜାରି କରାଯାଇଛି। ଏକାଧିକ ସହରରେ ଲକ୍‌ଡାଉନ ଘୋଷଣା କରାଯାଇଥିବାବେଳେ ସାମାନ୍ୟ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ତୁରନ୍ତ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବର୍ତ୍ତମାନ ଚୀନ୍‌ରେ କୋଭିଡ୍‌ର ଡେଲଟା ଭାରିଆଣ୍ଟ ଆତଙ୍କ ସୃଷ୍ଟି କରିଛି। ବେଜିଂ ସଂଲଗ୍ନ ଶିଝାଜୁଆଙ୍ଗ୍ ସହରରେ ପ୍ରାୟ ୮ ହଜାର ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ବେଜିଂ ଓ ସାଂଘାଇ ଭଳି ବୃହତ ସହରର ସମସ୍ତ ପର୍ଯ୍ୟଟନସ୍ଥଳଗୁଡିକୁ ବନ୍ଦ ରଖାଯାଇଛି। ଜରୁରୀ କାର୍ଯ୍ୟନଥିଲେ ଘରୁ ନବାହାରିବାକୁ ଚୀନ୍ ନାଗରିକଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କୋଭିଡ୍ ରୋଗୀଙ୍କୁ ଯେପରି ଅବହେଳା କରାନଯାଏ, ସେଥିପ୍ରତି ସତର୍କ ଦୃଷ୍ଟି ଦେବାକୁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।