ମହାରାଷ୍ଟ୍ର: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ପରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଉପରେ ଆକ୍ସନ ଆରମ୍ଭ ହୋଇଯାଇଛି। ଆୟକର ବିଭାଗ ପାୱାରଙ୍କ ୧ ହଜାର କୋଟିରୁ ଉର୍ଦ୍ଧ୍ୱ ସମ୍ପତ୍ତି ଜବତ କରିଛି। ଏହି ଜବତ ହୋଇଥିବା ସମ୍ପତ୍ତି ମଧ୍ୟରେ ଦକ୍ଷିଣ ଦିଲ୍ଲୀସ୍ଥିତ ପାଖାପାଖି ୨୦ କୋଟିର ଫ୍ଲାଟ, ନିର୍ମଳ ହାଉସସ୍ଥିତ ୨୫ କୋଟିର ପାର୍ଥ ପାୱାର ଅଫିସ, ଗୋଆରେ ୨୫୦ କୋଟିର ନିଲୟା ନାମକ ରିସୋର୍ଟ ଓ ଜରେନ୍ଦେଶ୍ୱରର ୬୦୦ କୋଟିର ସୁଗାର ଫ୍ୟାକ୍ଟ୍ରି ସାମିଲ ରହିଛି। ଏହି ସମ୍ପତ୍ତି ଆୟ ବର୍ହିଭୂତ ନୁହେଁ ବୋଲି ପାୱାରଙ୍କୁ ୯୦ ଦିନ ମଧ୍ୟରେ ପ୍ରମାଣ କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି।