ଶାଂଘାଇରେ ପୁଣି ବଢ଼ିଲା କରୋନା ସଂକ୍ରମଣ, ଲକଡାଉନ୍ ଆଶଙ୍କା ବଢ଼ାଇଲା ଚିନ୍ତା

ନୂଆଦିଲ୍ଲୀ,ଏଜେନ୍ସି: ଶାଂଘାଇରେ କରୋନା ଭାଇରସର ନୂଆ ସଂକ୍ରମଣ ଲଗାତାର ବଢ଼ିଚାଲିଛି । ଗୁରୁବାର ଲଗାତାର ୩ୟ ଦିନରେ ବଡ଼ ସଂଖ୍ୟାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଥିବା ଦୃଷ୍ଟିଗୋଚର ହୋଇଛି । ସେହିପରି ଚୀନର ଅନ୍ୟ ସହରରେ ମଧ୍ୟ ନୂଆ କେସ ବଢ଼ିଛି । ସଂକ୍ରମଣ ଦର ଲଗାତାର ବଢ଼ିଥିବାରୁ ବିଶ୍ୱର ଦ୍ୱିତୀୟ ଅର୍ଥବ୍ୟବସ୍ଥାରେ ବିକାଶ କର୍ଯ୍ୟକୁ ନେଇ ପୁଣି ଥରେ ଚିନ୍ତା ବଢ଼ିଛି । କାରଣ ପୁଣି ଥରେ ଲକଡାଉନ୍ ଲାଗୁ ହୋଇଗଲେ ଦେଶର ଅର୍ଥ ବ୍ୟବସ୍ଥା ଉପରେ ପ୍ରଭାବ ପଡ଼ିବ ।

ଚୀନର ସର୍ବାଧିକ ଜନବହୁଳ ସହର ଶାଂଘାଇରେ ଗତ ୨ ମାସ ପୂର୍ବରୁ ଲକଡାଉନ୍ ଲାଗୁ ହୋଇଥିଲା । ବିଗତ କିଛି ଦିନ ପୂର୍ବରୁ ଲକଡାଉନ କଟକଣା କୋହଳ କରାଯାଇଥିଲା । ସୂଚନାଯୋଗ୍ୟ, ଶାଂଘାଇରେ ବୁଧବାର ୫୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ମଙ୍ଗଳବାର ଏହି ସଂଖ୍ୟା ୨୪ ଥିଲା । ଗୁରୁବାର ୭୦ ଥିଲା । ଚୀନରେ ବୁଧବାର ୩୩୮ ଜଣ କରୋନ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ମଙ୍ଗଳବାର ୩୫୩ କେସରୁ କମ ଥିଲା ।