ଝାରସୁଗୁଡାରେ କାର୍ଯ୍ୟକ୍ଷମ ହେଲା କୋଭିଡ ସହସ୍ପିଟାଲ : ସ୍ୱାସ୍ଥ୍ୟମନ୍ତ୍ରୀ କଲେ ଉଦଘାଟନ ଜିଲ୍ଲାରାଜ୍ୟ By Nitidin Last updated Apr 22, 2020 Share ଝାରସୁଗୁଡା,ଏନ୍ଏନ୍ଏସ୍ : ଝାରସୁଗୁଡା ଜିଲ୍ଲା ମଙ୍ଗଳବଜାର ଠାରେ ଥିବା ପୁରୁଣା ଜିଲ୍ଲା ସଦର ଡାକ୍ତରଖାନାରେ ନିର୍ମାଣ ହୋଇଥିବା କୋଭିଡ ହସ୍ପିଟାଲ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ଆଜି ଅପରାହ୍ଣ ୪: ୩୦ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଏହାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଲୋକଙ୍କୁ କରୋନା ସମକ୍ରମଣରୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ସମସ୍ତ ଜିଲ୍ଲାରେ କୋଭିଡ ହସ୍ପିଟାଲ ସ୍ଥାପନ କରି ଲୋକଙ୍କୁ ଚିକିତ୍ସା ସେବା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଝାରସୁଗୁଡାରେ କୋଭିଡ ହସ୍ପିଟାଲ ସ୍ଥାପନ ହେବା ଦ୍ୱାରା ଝାରସୁଗୁଡାବାସୀ ତଥା ସମ୍ବଲପୁର ଜିଲ୍ଲାର କିଛି ଲୋକ ମଧ୍ୟ ଏହାର ଲାଭ ପାଇ ପାରିବେ। ଏହି ପଦକ୍ଷେପ ରାଜ୍ୟ ସରକାରଙ୍କ କୋଭିଡ ମହାମାରୀ ବିରୁଦ୍ଧରେ ପ୍ରସ୍ତୁତିର ଏକ ବଳିଷ୍ଟ ନମୁନା ଅଟେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି । ସେହିପରି ବରଗଡ ସଂସାଦସ ସୁରେଶ ପୂଜାରୀ କହିଛନ୍ତି କରୋନା ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି । ସେମାନେ ଲକ ଡାଉନ ଘୋଷଣା କରି ଲୋକଙ୍କୁ ଖାଦ୍ୟ ପାନୀୟ, ଆର୍ଥିକ ସହାୟତା ଆଦି ଯୋଗାଇ ଦେଇ ଘରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ତେଣୁ ସରକାରଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟକରୀ ଭାରତବାସୀ କରୋନାକୁ ପରାଜିତ କରିବାରେ ସହଯୋଗ କରନ୍ତୁ ବୋଲି ଶ୍ରୀ ପୂଜାରୀ କହିଛନ୍ତି । ସେହିପରି ବ୍ରଜରାଜନଗର ବିଧାୟକ କିଶୋର ମାହାନ୍ତି କହିଛନ୍ତି କରୋନା ମହାମାରୀ ରୋକିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ତାଙ୍କ ଗାଇଡ ଲାଇନକୁ ପାଳନ କରି ଲୋକେ ସାମାଜିକ ଦୂରତା ଅବଳମ୍ବନ କରିବା ସହ ଲକ ଡାଉନ ସମୟରେ ଘରେ ରହି କୋରନା ସଂକ୍ରମଣ ରୋକିବାରେ ସାହାଯ୍ୟ କରନ୍ତୁ ବୋଲି କହିଛନ୍ତି। ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ବରଗଡ ସାଂସଦ ସୁରେଶ ପୂଜାରୀ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ଉତରାଂଚଳ ରାଜସ୍ୱ ଆୟୁକ୍ତ ନିରଞ୍ଜନ ସାହୁ, ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ, ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ, ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଜଗଦିଶ ଚନ୍ଦ୍ର ବାରିକ ପ୍ରମୁଖ ପରସ୍ପର ମଧ୍ୟରେ ସାମାଜିକ ଦୂରତା ଅବଳମ୍ବନ କରି ଉପସ୍ଥିତ ଥିଲେ। ସେମାନେ ସମସ୍ତେ କରୋନା ସଂକ୍ରମଣକୁ ରୋକିବା ତଥା ଲୋକଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ଡାକ୍ତର, ନର୍ସ, ମେଡିକାଲଷ୍ଟାଫ, ପୁଲିସ, ସଫେଇ କର୍ମଚାରୀ ଆଦିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଝାରସୁଗୁଡାରେ ନିର୍ମିତ ଏହି କୋଭିଡ ହସ୍ପିଟାଲରେ ଆଇସୋଲେସ ୱାର୍ଡ ୧୦୦ ଶଯ୍ୟା, ଆଇସିୟୁ ପାଇଁ ୧୦ଟି ଶଯ୍ୟା ଓ ଷ୍ଟେପ ଡାଉନ ପାଇଁ ୭ଟି ଶଯ୍ୟା ରହିଛି। ସେହିପରି ରୋଗୀଙ୍କ ଚିକିତ୍ସା ପାଇଁ ୧୦ ଟି ଭେଂଟିିଲେଟର, ବହୁଗୁଣିତ ଅମ୍ଲଜାନ ଯୋଗାଣ ବ୍ୟବସ୍ଥା, ଅମ୍ଲଜାନ ସିଲିଣ୍ଡର, କମ୍ପ୍ରେସର, ପ୍ରଭୃତିର ବ୍ୟବସ୍ଥା କରାଯାଇଛି। ଆବଶ୍ୟକ ସ୍ଥଳେ ଆଇସିୟୁ ଶଯ୍ୟା ବୃଦ୍ଧି କରାଯିବ। ଜିଲ୍ଲ୍ା ଖଣିଜ ପାଣ୍ଠି ବିନିଯୋଗରେ ଓ ବେଦାନ୍ତ କର୍ତୃପକ୍ଷଙ୍କ ସହଯୋଗରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ହସ୍ପିଟାଲ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ ଦ୍ୱାରା ପରିଚାଳିତ ହେବ। ଏଥିପାଇଁ ଆବଶ୍ୟକ ସଂଖ୍ୟକ ଚିକିତ୍ସିକ, ପାରା ଚିକିତ୍ସକ, ଷ୍ଟାଫ ନର୍ସ ପ୍ରଭୃତି ହାଇଟେକ କର୍ତୃପକ୍ଷ ଅବସ୍ଥାନ କରାଇଛନ୍ତି ।ଏହା ବ୍ୟତୀତ ବିଭିନ୍ନ ଗୋଷ୍ଠୀରେ ଜନ ସଂସୋଧନର ଅତିରିକ୍ତ ଚାହିଦା ପୂରଣ କରିବା ପାଇଁ ରାଜ୍ୟ ସରକାର ସାହାଯ୍ୟ କରୁଛନ୍ତି। ସେହିପରି ଚିକିତ୍ସା କରିବା ପାଇଁ ୨୭ ଜଣ ଡାକ୍ତର, ୧୪ ଜଣ ଷ୍ଟାଫ ନର୍ସ, ୧୪ ଜଣ ଫର୍ମାସିଷ୍ଟ ଓ ଲାବ୍ ଟେକ୍ନିସିଆନ ଏବଂ ୮ ଜଣ ଆଟେନାଂଟ୍ ଓ ସଫେଇ କର୍ମଚାରୀଙ୍କୁ ମିଶାଇ ସମୁଦାୟ ୬୩ ଜଣଙ୍କୁ ତାଲିମ ଦିଆ ଯାଇଛି । Share