ଭୁବନେଶ୍ୱର,ଏନ୍ଏନ୍ଏସ୍ : ‘ଇନଟାଞ୍ଜିବିଲ୍ କଲଚରାଲ ହେରିଟେଜ୍’ ତାଲିକାରେ ଭାରତ ସରକାର ଓଡ଼ିଶାର ୩ଟି ସାଂସ୍କୃତିକ ପରମ୍ପରାକୁ ସାମିଲ କରିଥିବାରୁ ଏହି ଐତିହାସିକ ନିର୍ଣ୍ଣୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲକୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭାରତ ସରକାରଙ୍କ ଏହି ନିର୍ଣ୍ଣୟ ଓଡ଼ିଶାର ଅନନ୍ୟ, ଐତିହ୍ୟ ଓ ସାଂସ୍କୃତିକ ଚିହ୍ନକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି।
ଧର୍ମେନ୍ଦ୍ର ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ, ‘ଇନଟାଞ୍ଜିବଲ୍ କଲଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ଟି ମହାନ ସାଂସ୍କୃତିକ ପରମ୍ପରାକୁ ଭାରତ ସରକାର ସାମିଲ କରିଛନ୍ତି। ମାଣବସା ଗୁରୁବାର, ଛଉ ନୃତ୍ୟ ଏବଂ ରାବଣ ଛାୟାକୁ ଏହି ତାଲିକାରେ ସାମିଲ କରାଯାଇଛି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି।