ଦିଲ୍ଲୀରେ ବଢ଼ିଲା କରୋନା ଗ୍ରାଫ୍‌! ୨୪ ଘଣ୍ଟାରେ ୩୨୫ ନୂଆ ପଜିଟିଭ୍‌, ସଂକ୍ରମଣ ଦର ୨.୩୯%

ନୂଆଦିଲ୍ଲୀ,ଏଜେନ୍ସି: ବିଗତ ୨୪ ଘଣ୍ଟା ମଧ୍ୟରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ୩୨୫ ଜଣ ଲୋକ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଦିଲ୍ଲୀରେ କରୋନା ପଜିଟିଭିଟି ଦର ବଢ଼ି ୨.୩୯ ପ୍ରତିଶତ ହୋଇଛି। ମାତ୍ର କିନ୍ତୁ ଖୁସିର କଥା ହେଲା ଯେ ବିଗତ ୨୪ ଘଣ୍ଟାରେ କୌଣସି ବ୍ୟକ୍ତି କରୋନାରେ ପ୍ରାଣ ହରାଇ ନାହାନ୍ତି।

ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିଛି। ବୁଧବାର ଏଠାରେ ୨୯୯ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଦେଶରେ କେରାନା ଏବେ ପୁଣି ଥରେ ଚିନ୍ତା ବଢ଼ାଇ ଦେଇଛି। ଓମିକ୍ରନର ସବଭ୍ୟାରିଆଣ୍ଟ କୁହାଯାଉଥିବା ଏକ୍ସଆଇ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। କେତେ ଭୟଙ୍କର ଏହି ସଂକ୍ରମଣ ଯଦିଓ ଜଣାନାହିଁ, ତଥାପି ସରକାର ଲୋକଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଉଛନ୍ତି। ଏପର୍ଯ୍ୟନ୍ତ ଦେଶରେ ଏହି ଭାରିଆଣ୍ଟରେ ପୀଡିତ ହୋଇଥିବା ୨ ଜଣ ଲୋକ ଚିହ୍ନଟ ହୋଇସାରିଛନ୍ତି। ଦିଲ୍ଲୀ ସରକାର ସ୍କୁଲ-କଲେଜ ପାଇଁ ମଧ୍ୟ ଗାଇଡଲାଇନ ଜାରି କରିଛନ୍ତି। କାରଣ ଏନସିଆର ଅଞ୍ଚଳରେ କିଛି ସ୍କୁଲରେ ୨୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି।