୨ରୁ ୧୮ ବର୍ଷ ପିଲାଙ୍କୁ ଲାଗିବ ‘କୋଭାକ୍ସିନ’

ନୂଆଦିଲ୍ଲୀ: କରୋନା ପ୍ରକୋପ ମଧ୍ୟରେ ଏବେ ୨ରୁ ୧୮ ବର୍ଷର ପିଲାଙ୍କୁ କରୋନା ଭ୍ୟାକ୍ସିନ ଦିଆଯିବ। ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଭ୍ୟାକ୍ସିନର ୨ଟି ଡୋଜ୍ ପିଲାଙ୍କୁ ଲଗାଯିବ। ସିଡିଏସସିଓର ସବଜେକ୍ଟ ଏକ୍ସପୋର୍ଟ କମିଟି ୨ରୁ ୧୮ ବର୍ଷ ପିଲାଙ୍କୁ କୋଭାକ୍ସିନ ଦିଆଯିବାକୁ ନେଇ ଡିସିଜିଆଇକୁ ଅନୁମତି ମାଗିଛି। ରିପୋର୍ଟରୁ ଜଣାପଡ଼ିଛି କି, ଏହି ଭ୍ୟାକ୍ସିନ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଏଥିରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ।

ସୂଚନାଯୋଗ୍ୟ, କୋଭାକ୍ସିନ ଟିକାର ଫେଜ୍-୨ ଓ ଫେଜ୍-୩ ଟ୍ରାଏଲ ହୋଇଥିଲା। ଭାରତ ବାୟୋଟେକ ପିଲାଙ୍କ ଉପରେ ଟ୍ରାୟଲ ଶେଷ କରିଥିଲା। ଟ୍ରାଏଲ ନେଇ ଡିସିଜିଆଇକୁ ଭାରତ ବାୟୋଟେକ୍ ରିପୋର୍ଟ ଦେଇଥିଲା। ଡିସିଜିଆଇର ଚୂଡ଼ାନ୍ତ ନିଷ୍ପତ୍ତି ପରେ ପିଲାଙ୍କୁ ଟିକା ଦିଆଯିବ।