ଜାନୁଆରୀରେ ସବୁ ଶନିବାର ବନ୍ଦ ରହିବ କୋର୍ଟ

କଟକ,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଚଳିତମାସ ଜାନୁଆରୀରେ ପ୍ରତ୍ୟେକ ଶନିବାର ହାଇକୋର୍ଟ ବନ୍ଦ ରହିବ। ଏହାର ଅଫିସ୍‌, ଅନ୍ୟାନ୍ୟ ନିମ୍ନ ଅଦାଲତ, ଟ୍ରିବ୍ୟୁନାଲ ସବୁ ବନ୍ଦ ରହିବ। ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।