ଜମ୍ମୁ-କଶ୍ମୀରରେ ୩୭୦ ହଟିବା ପରେ ସୁରକ୍ଷାରେ ଖର୍ଚ୍ଚ ହୋଇଛି ୯ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ଜମ୍ମୁ-କଶ୍ମୀରରେ ସୁରକ୍ଷା ବ୍ୟବସ୍ଥାର କଡ଼ାକଡ଼ି ବନ୍ଦୋବସ୍ତ କରାଯାଇଛି । ସୁରକ୍ଷାବଳ ଯୋଗୁ ଆତଙ୍କବାଦୀଙ୍କ ଉପରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଇତିମଧ୍ୟରେ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି । ଜମ୍ମୁ-କଶ୍ମୀରରେ ଧାରା ୩୭୦ ହଟିବା ପରେ ବର୍ତ୍ତମାନ ସୁଦ୍ଧା ସୁରକ୍ଷା ବ୍ୟବସ୍ଥା ପାଇଁ କେନ୍ଦ୍ର ସରକାର ୯ ହଜାର କୋଟିରୁ ଊର୍‌ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଛନ୍ତି । ଏହି ଟଙ୍କା ଗତ ୨୮ ମାସରେ ଖର୍ଚ୍ଚ କରାଯାଇଛି। ସୁରକ୍ଷା ସମ୍ବନ୍ଧୀୟ ଖର୍ଚ୍ଚ ପାଇଁ ଏହି ଟଙ୍କା କେନ୍ଦ୍ର ସରକାର ଜମ୍ମୁ-କଶ୍ମୀର ସରକାରଙ୍କୁ ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ୨୦୧୯ ଅଗଷ୍ଟ ୫ ପରେ ଜମ୍ମୁ-କଶ୍ମୀର ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ଭାଗ ହୋଇଥିଲା। ଆଉ ଲଦାଖ ଅନ୍ୟ ଏକ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଥିଲା ।