ପତ୍ନୀଙ୍କ ସହ ପଞ୍ଚଭୂତରେ ବିଲୀନ ହେଲେ ଦେଶର ପ୍ରଥମ ସିଡିଏସ୍

ନୂଆଦିଲ୍ଲୀ: ଦେଶର ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାୱତ ପତ୍ନୀ ମଧୁଲିକା ରାୱତଙ୍କ ସହ ପଞ୍ଚଭୂତରେ ବିଲୀନ ହୋଇଛନ୍ତି। ଉଭୟ ପିତାମାତାଙ୍କୁ ୨ ଝିଅ କ୍ରିତିକା ଓ ତାରିଣୀ ମୁଖାଗ୍ନି ଦେଇଛନ୍ତି। ଏହି ସମୟରେ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ଶେଷ ସମ୍ମାନ ରୂପେ ୧୭ ତୋପର ସଲାମି ଦିଆଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଦେଶର ଅନେକ ବରିଷ୍ଠ ଅଧିକାରୀ ଅନ୍ତିମ ଦର୍ଶନ ପାଇଁ ବ୍ରାର୍ ସ୍କୋୟାର ଶ୍ମଶାନ ଘାଟରେ ପହଂଚିଥିଲେ।