୨୦ ଦିନ ପୂର୍ବରୁ ସରିଲା ଶୀତ ଅଧିବେସନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଧାନସଭାର ଶୀତ ଅଧିବେସନ ୨୦ ଦିନ ପୂର୍ବରୁ ଶେଷ ହୋଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ ଘୋଷଣା କରିଛନ୍ତି। ସରକାରୀ ଦଳର ମୁଖ୍ୟ ସଚେତକ ମୁଲତବୀ ପ୍ରସ୍ତାବ ଆଣିଥିଲେ। ଏଥର ଗୋଟିଏ ଦିନ ବି ଅଧିବେସନ ସ୍ୱାଭାବିକ ଭାବେ ଚାଲନାହିିଁ।

ଅନ୍ୟପଟେ ମମିତା ହତ୍ୟାକାଣ୍ଡ ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି। ଏହି ପ୍ରତିବାଦରେ ବିଜେପି ଓ କଂଗ୍ରେସ ବିଧାୟକ ଗାନ୍ଧିମୂର୍ତ୍ତି ତଳେ ବସିଛନ୍ତି। ସରକାରୀ ଦଳ ମଧ୍ୟ କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇଛନ୍ତି।