ଲରମ୍ଭା ପୁଲିସ ଦ୍ୱାରା କଫସିରଫ ଜବତ, ଜଣେ ଗିରଫ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ଲରମ୍ଭା ପୁଲିସ ଗତକାଲି ପେଟ୍ରୋଲିଂ ସମୟରେ ବାଗମୁଣ୍ଡ ବଜାର ନିକଟରେ ଥିବା ଏକ ଝୁପୁଡ଼ିରୁ ୧୨ଟି କଫସିରଫ ଓ ୩ଟି ଟେବଲେଟ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ବାଗମୁଣ୍ଡ ଗାଁର ଅକ୍ରୁର ବରିହା(୩୬) । ପରେ ସମ୍ପୃକ୍ତ ଯୁବକକୁ ଲରମ୍ଭା ଥାନାକୁ ଆଣି ଅଧିକ ତଦନ୍ତ କରାଯାଇଛି ବୋଲି ନୂତନ ଭାବେ ଯୋଗ ଦେଇଥିବା ଥାନାଧିକାରୀ ସୁଶାନ୍ତ ପ୍ରଧାନ ସୂଚନା ଦେଇଛନ୍ତି । ଏନେଇ ଲରମ୍ଭା ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କ ନାଁରେ ଏକ ମାମଲା ରୁଜୁ କରି ପାଟଣାଗଡ଼ କୋର୍ଟ ଚାଲାଣ କରାଯାଇଛି ।