ରାସ୍ତା ନିର୍ମାଣରେ ଦୁର୍ନୀତି

ବରଗଡ଼,ଏନ୍ଏନ୍ଏସ୍: ପଦ୍ମପୁର ଉପଖଣ୍ଡର ଘନାମାଲଠାରୁ ଜମଲା ପର୍ଯ୍ୟନ୍ତ ହେଉଥିବା ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି । ରାସ୍ତାରେ ବର୍ତ୍ତମାନ ପିଚୁ କାମ ହେଉଥିବା ବେଳେ ବିଭିନ୍ନ ସ୍ଥାନରେ ନିମ୍ନମାନର କାମକୁ ନେଇ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ୬ କିଲୋମିଟରର ଏହି ରାସ୍ତାରେ ଠିକ୍ ଭାବରେ ମେଟାଲିଂ କରାଯାଉ ନ ଥିବା ସହ ବିଭିନ୍ନ ସ୍ଥାନରେ ନାମକୁ ମାତ୍ର ପିଚୁ ଦିଆଯାଉଥିବା ଅଭିଯୋଗ ହୋଇଛି। ଏହାର ବିଧିବଦ୍ଧ ତଦନ୍ତ କରି ଏଥିରେ ଚାଲିଥିବା ଦୁର୍ନୀତି ରୋକିବାକୁ ଦାବି ହୋଇଛି।