ନୂଆଦିଲ୍ଲୀ,ଏଜେନ୍ସି: ବିଶ୍ୱବ୍ୟାପୀ ଆତଙ୍କ ଖେଳାଇଥିବା କରୋନା ଭାଇରସରେ ବର୍ତ୍ତମାନ ପର୍ଯ୍ୟନ୍ତ ଚୀନରେ ୧୭୦ ଜୀବନ ଯାଇଥିବା ଜଣାପଡ଼ିଛି। ଏଥିସହ ୭ ହଜାରରୁ ଅଧିକ ଲୋକ ଏହି ଭାଇରସ ସଂକ୍ରମଣରେ ଆସିସାରିଛନ୍ତି। ୧୩ଟି ଦେଶକୁ ଭାଇରସ୍ ବ୍ୟାପିଥିବା ବେଳେ ଭାରତ ସମେତ ଅନେକ ରାଷ୍ଟ୍ରରେ ଭାଇରସ୍ ବ୍ୟାପିବା ଆଶଙ୍କା ରହିଛି । ଅପରପକ୍ଷରେ ଗମ୍ଭୀର ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୁରୁବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ଜରୁରୀ ବୈଠକ ଡାକିାଯାଇଛି। ଏହି ବୈଠକରେ ମହାମାରୀକୁ ବିଶ୍ୱ ସ୍ୱାସ୍ଥ୍ୟ ଏମରଜେନ୍ସି ଘୋଷଣା ନେଇ ଆଲୋଚନା କରାଯିବ ।
ପୂର୍ବରୁ ଏହା ହାଇ ନୁହଁ ମାଡେରେଟ୍ ବୋଲି କୁହାଯାଇଥିଲା । ଆଜି ଇଣ୍ଟରନେସନାଲ ହେଲ୍ଥ ରେଗୁଲେସନ୍ ଏମରଜେନ୍ସିଂ କମିଟିର ପୁଣି ଥରେ ବୈଠକ ଡକାଯାଇଥିବା କହିଛନ୍ତି ଡବ୍ଲୁଏଚଓର ଡାଇରେକ୍ଟର ଜେନେରାଲ ଟେଡ୍ରୋସ ଏଡମୋନ୍ ।ଡବ୍ଲୁଏଚଓ ହେଲ୍ଥ ଏମରଜେନ୍ସି ପ୍ରୋଗ୍ରାମ ଏକଜିକ୍ୟୁଟିଭ୍ ଡାଇରେକ୍ଟର ମାଇକେଲ ରାୟନ କହିଛନ୍ତି, ପୂରା ବିଶ୍ୱରେ ଏବେ ଆଲର୍ଟ ହେବା ସହ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।