ପ୍ରୟାଗରାଜ,ଏଜେନ୍ସି: ବସନ୍ତ ପଞ୍ଚମୀ ଉପଲକ୍ଷେ ଗୁରୁବାର ପ୍ରତ୍ୟୁଷରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜସ୍ଥିତ ଗଙ୍ଗା ଓ ଯମୁନାର ମିଳନସ୍ଥଳ ସଙ୍ଗମଠାରେ ପବିତ୍ର ବୁଡ଼ ପକାଇଛନ୍ତି। ସଂଗମ ଠାରେ ଆଜି ପବିତ୍ର ବୁଡ଼ ପକାଇଥିବା ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ରାଜ୍ୟ ବିଜେପି ମୁଖ୍ୟ ସ୍ୱତନ୍ତ୍ର ଦେବ ସିଂହ ଓ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂହ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସଂଗମ କୂଳରେ ପୂଜାପାଠ ମଧ୍ୟ କରିଥିଲେ। ଏହା ପରେ ସେ ‘ସେଲଫି ପଏଣ୍ଟ୍’ରେ ଏକ ଫଟୋ ସେସନରେ ଯୋଗ ଦେଇଥିଲେ। ବସନ୍ତ ପଞ୍ଚମୀ ଅବସରରେ ସେ ସେଠାରେ ଗୁଡ଼ି ମଧ୍ୟ ଉଡ଼ାଇଥିବା ଦେଖିବାକୁ ମିଳିଛି।
ବୁଧବାର ସନ୍ଧ୍ୟା ବେଳେ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜ ଠାରେ ପହଞ୍ଚି ସେଠାରେ ଚାଲିଥିବା ମାଘମେଳା ଲାଗି ଆସୁôଥିବା ସାଧୁସନ୍ଥଙ୍କ ସହ ସେ ଆଲୋଚନା କରିଥିଲେ।