ଦେଶରେ କରୋନା ସଂକ୍ରମଣ ପୁଣି ରେକର୍ଡ ଭାଙ୍ଗିଲା: ଗତ ୨୪ ଘଣ୍ଟାରେ ୯ ହଜାର ୯୯୬ ଆକ୍ରାନ୍ତ ଚିହ୍ନଟ , ୩୫୭ ଜଣ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ମହାମାରୀ କରୋନାକୁ ନେଇ ସାରା ବିଶ୍ୱରେ ସଙ୍କଟ କମିବାର ନାଁ ନେଉନାହିଁ। ଦେଶରେ ଲଗାତାର କରୋନା ଭାଇରସ‌ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଦେଶରେ ଗତ ୨୪ ଘଣ୍ଟାରେ ୯ ହଜାର ୯୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ପୂର୍ବରୁ ଗୋଟିଏ ଦିନରେ ହୋଇଥିବା ଆକ୍ରାନ୍ତଙ୍କ ରେକର୍ଡ ଭାଙ୍ଗିଛି। ସେହିପରି ୨୪ ଘଣ୍ଟାରେ ୩୫୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।

ଦେଶରେ କରୋନା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୨ ଲକ୍ଷ ୮୬ ହଜାର ୫୭୯ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୮ ହଜାର ୧୦୨ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ମୋଟ୍ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧ଲକ୍ଷ ୪୧ହଜାର ୨୯ ଜଣ ସୁସ୍ଥ ହୋଇଥିବା ବେଳେ ୧ ଲକ୍ଷ ୩୭ ହଜାର ୪୪୮ ସକ୍ରିୟ ଅଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ ୯୦ ହଜାରରୁ ଅଧିକ ସଂକ୍ରମିତ ଥିବା ବେଳେ ୩ ହଜାରରୁ ଅଧିକ ମୃତ୍ୟୁ ଘଟିଛି।