କରୋନା : ବିଶ୍ୱବ୍ୟାପୀ ୨୧ ହଜାର ମୃତ୍ୟୁ

ନୂଆଦିଲ୍ଲୀ,ଏଜେନ୍ସି : ବିଶ୍ୱବ୍ୟାପୀ ୪ ଲକ୍ଷ ୭୪ ହଜାର ଲୋକ କରୋନା ଭୂତାଣୁର ଶିକାର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧ ହଜାରରୁ ଅଧିକ ରୋଗୀ ପ୍ରାଣ ହରାଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୫ ହଜାର ଅତିକ୍ରମ କରିଥିଲା ବେଳେ ଏକ ହଜାରରୁ ଅଧିକ ରୋଗୀ ମଲେଣି। ଆମେରିକାର ନ୍ୟୁୟର୍କ କରୋନାର କେନ୍ଦ୍ରସ୍ଥଳୀ ପାଲଟିଛି। ଗୁରୁବାର ସକାଳ ସୁଦ୍ଧା ସ୍ପେନରେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୩,୪୩୪ ହୋଇଛି। ଚୀନକୁ ବାଦ୍ ଦେଲେ, ଦ୍ୱିତୀୟ ସର୍ବାଧିକ କରୋନା ରୋଗୀଙ୍କ ମୃତ୍ୟୁ ତାଲିକାରେ ସ୍ପେନ୍ ରେକର୍ଡଭୁକ୍ତ ହୋଇଛି। ସ୍ପେନରେ ୪୭,୬୧୦ କରୋନା ମାମଲା ସରକାରଙ୍କ ଦୃଷ୍ଟିଗୋଚରକୁ ଆସିଛି। ଚୀନରେ ଅଦ୍ୟାବଧି ୩,୨୮୧ ରୋଗୀ ପ୍ରାଣ ହରାଇଛନ୍ତି ବୋଲି ଜାତୀୟ ସ୍ୱାସ୍ଥ୍ୟ ମିଶନ କହିଛି। ଇଟାଲୀରେ ସର୍ବାଧିକ ୬,୮୨୦ କରୋନା ରୋଗୀ ମୃତ୍ୟୁବରଣ କରିଛନ୍ତି।