ଭୁବନେଶ୍ୱରରୁ ଜବତ ସାପ ବିଷର ବିଦେଶୀ ଲିଙ୍କ୍ ସନ୍ଦେହ : କ୍ରାଇମବ୍ରାଞ୍ଚ ତଦନ୍ତ ଦାବି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ସାପ ବିଷ କାରବାର ଘଟଣାରେ ସଂଘାତିକ ତଥ୍ୟ ସାମ୍ନାକୁ ଆସୁଛି। ଭୁବନେଶ୍ୱରରୁ ସାପ ବିଷ ଚୀନ୍ ଓ ଅନ୍ୟ ଦେଶକୁ ପଠାଯାଉଥିବା ସନ୍ଦେହ କରାଯାଉଛି। ଏହାର ପେଣ୍ଠସ୍ଥଳୀ କୋଲକାତା ବୋଲି ଜଣାପଡିଛି । ତେବେ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଚାହୁଁଛି ବନ ବିଭାଗ । ଏଥିପାଇଁ ୱାଇଲଡ ଲାଇଫ ପିସିସିଏଫଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ୱର ସିଟି ଡିଏଫଓ । ଅଧିକ ତଦନ୍ତ ପାଇଁ କେନ୍ଦ୍ରୀୟ ସଂସ୍ଥା ୱାଇଲଡ ଲାଇଫ୍ କ୍ରାଇମ୍ କଟ୍ରୋଲ ବ୍ୟୁରୋର ଏକ ଟିମ୍ ବି ଆସିପାରେ । ସୂଚନା ଯୋଗ୍ୟ, ଶନିବାର ଜଣେ ମହିଳାଙ୍କ ସମେତ ୬ ଜଣ ସାପ ବିଷ ଦଲାଲକୁ ଗିରଫ କରିବା ସହ ୧ ଲିଟର ୩୦୦ ମିଲି ଲିଟର ବିଷ ଜବତ କରିଥିଲା ବନ ବିଭାଗ । ଯାହାର ମୂଲ୍ୟ ଦେଶରେ ଏକ କୋଟି ଓ ଅନ୍ତର୍ଜାତୀୟ ବଜାରରେ ୧୦ କୋଟି ହେବ ବୋଲି ଅନୁମାନ କରାଯାଉଛି।