ଚର୍ମରେ ୯ ଘଣ୍ଟା ଜୀବିତ ରହିପାରେ କରୋନା ଭୂତାଣୁ

ନୂଆଦିଲ୍ଲୀ, ଏଜେନ୍ସି: କରୋନା ଭୂତାଣୁ ମଣିଷ ଚର୍ମରେ ୯ ଘଣ୍ଟା ଜୀବିତ ରହିପାରେ। ‘କ୍ଲିନିକାଲ ଇନଫେକସିଅସ ଡ଼ିଜିଜ’ରେ ବିଶେଷଜ୍ଞମାନେ ଏହି ନୂଆ ତଥ୍ୟ ପ୍ରକାଶ କରିଛନ୍ତି । ରିପୋର୍ଟ ଅନୁସାରେ ୮୦% ଆଲକୋହଲ ଥିବା ସାନିଟାଇଜର ଚର୍ମରୁ ଯେ କୌଣସି ଜୀବାଣୁକୁ ମାତ୍ର ୧୫ ସେକେଣ୍ଡରେ ଦୂର କରିବାକୁ ସମର୍ଥ। ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ ପାଇଁ ଆମେରିକା ମଧ୍ୟ ଆଲକୋହଲଯୁକ୍ତ ସାନିଟାଇଜର ସହିତ ହାତ ଧୋଇବାକୁ ପରାମର୍ଶ ଦେଇଛି।  ଅନ୍ୟପକ୍ଷରେ ମାସ୍କ ପିନ୍ଧିବାକୁ ନେଇ ରହିିଥିବା ଭ୍ରାନ୍ତ ଧାରଣା ଉପରେ ମଧ୍ୟ ଗବେଷକମାନେ ମତ ଦେଇଛନ୍ତି । ଲଗାତାର ମାସ୍କ ପିନ୍ଧିବା ଦ୍ୱାରା ଶରୀରରେ ଅମ୍ଳଜାନ ଅଭାବ ଜନିତ କ୍ଷତି ଆଶଙ୍କାକୁ ଅମୂଳକ କରିଛନ୍ତି ଏହି ଗବେଷକ ଦଳ । ସେମାନେ କହିଛନ୍ତି ଯେ ନିୟମିତ ମାସ୍କ ପିନ୍ଧିବା ଦ୍ୱାରା ଫୁସଫୁସରେ ଅମ୍ଲଜାନ ପହଞ୍ଚିବାରେ କିଛି ଅସୁବିଧା ହୁଏନାହିଁ ।