ନୂଆଦିଲ୍ଲୀ, ଏଜେନ୍ସି: ଆଗକୁ ଆସୁଛି ପାର୍ବଣର ସମୟ। ଏହି ସମୟରେ କିଭଳି କରୋନା ସଂକ୍ରମଣ ଠୁ ଦୂରେଇ ହେବ ସେନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ମନ୍ତ୍ରଣାଳୟ କହିଛି, କରୋନା ସଂକ୍ରମଣ ରୋକିବା ପାଇଁ ଆବଶ୍ୟକ ପ୍ରତିରୋଧମୂଳକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି କହିବା ସହ ମନ୍ତ୍ରଣାଳୟ ୬୫ ବର୍ଷରୁ ଅଧିକ ବ୍ୟକ୍ତି, ଅନ୍ୟାନ୍ୟ ରୋଗ ଥିବା ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍ ପିଲାମାନେ ଘରେ ରହିବାକୁ ପରାମର୍ଶ ଦେଇଛି।
୧. ଉତ୍ସବ ପାଇଁ ପ୍ରଶାସନ ସ୍ୱତନ୍ତ୍ର ସୀମା ଚିହ୍ନଟ କରିବା ସହ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବେ ଯାହା ଫଳରେ ସାମାଜିକ ଦୂରତା ବ୍ୟତୀତ ସହଜରେ ଥର୍ମାଲ ସ୍କ୍ରିନିଂ ଓ ପରିମଳ ବ୍ୟବସ୍ଥା ପାଳନ ହୋଇପାରିବ
୨. ବିସର୍ଜନ ସମୟରେ ଲୋକ ସଂଖ୍ୟା ନିର୍ଦ୍ଧାରଣ କରିବା ଓ ସଠିକ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ଜରୁରୀ
୩. ବହୁଦିନ ଧରି ଚାଲିବାକୁ ଥିବା ପ୍ରଦର୍ଶନୀ, ମେଳା, ପୂଜା ମଂଚ, ରାମଲିଳା ମଂଚ କିମ୍ବା ମନୋରଞ୍ଜନ କାର୍ଯ୍ୟକ୍ରମଗୁଡିକରେ ନିର୍ଦ୍ଧାରିତ ଲୋକସଂଖ୍ୟା ସ୍ଥିର କରିବା
୪. ସମସ୍ତ କାର୍ଯ୍ୟକ୍ରମ କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଅନୁମତି ଦିଆଯିବ
୫. କଣ୍ଟେନମେଣ୍ଟ ଜୋନ୍ ଭିତରେ ରହୁଥିବା ଲୋକ ନିଜ ଘରେ ସମସ୍ତ ପର୍ବ ପାଳନ କରିବାକୁ ଉତ୍ସାହିତ କରାଯିବ
୬. ଧାର୍ମିକ ସ୍ଥାନରେ ମୂର୍ତ୍ତି ଏବଂ ଧର୍ମଗ୍ରନ୍ଥ ଛୁଇଁବାକୁ ଅନୁମତି ଦିଆଯିବ ନାହିଁ