ଅକ୍ଟୋବରରେ ଶିଶୁଙ୍କୁ ମିଳିପାରେ କରୋନା ଟିକା

ନୂଆଦିଲ୍ଲୀ: ଦେଶରେ ଅକ୍ଟୋବର ସୁଦ୍ଧା ଶିଶୁଙ୍କୁ କରୋନା ଟିକା ମିଳିପାରେ। ଅକ୍ଟୋବରରେ ଜନ୍ମିତ ଶିଶୁଙ୍କୁ ମଧ୍ୟ କରୋନା ଟିକା ଲାଗିପାରେ ବୋଲି ସିରମ ଇନଷ୍ଟିଚ୍ୟୁଟର ଏକ୍ସିମ୍ ନିର୍ଦ୍ଦେଶକ ପି ସି ନାମ୍ବିଆର ସୂଚନା ଦେଇଛନ୍ତି। ଦେଶର ସମସ୍ତ ଶିଶୁଙ୍କୁ କିପରି ଟିକା ମିଳିବ ସେନେଇ ସେରମ୍ ପ୍ରଚେଷ୍ଟା କରିବ ବୋଲି ନାମ୍ବିଆର କହିଛନ୍ତି।

କୋଚିରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନାମ୍ବିଆର କହିଛନ୍ତି ଯେ, ଶିଶୁଙ୍କୁ କରୋନାର ପ୍ରଥମ ଡୋଜ୍ ଅକ୍ଟୋବରରେ ଦିଆଯିବ। ଯଦି ଶିଶୁମାନେ କରୋନା ପଜିଟିଭ ଚିହ୍ନଟ ହୁଅନ୍ତି ତେବେ ଭବିଷ୍ୟତରେ ଅଧିକ ପରିମାଣରେ ଟିକା ବିକଶିତ ହେବ।