ଡୋଜ ପିଛା ୨୫୦ ଟଙ୍କାରେ କୋଭିଡ୍ ଟିକା ଯୋଗାଇପାରେ ସେରମ୍ ଇନଷ୍ଟିଚ୍ୟୁଟ୍

ବେଙ୍ଗାଲୁରୁ,ଏଜେନ୍ସି: ବିଶ୍ୱରେ ସର୍ବାଧିକ ପ୍ରତିଷେଧକ ଟିକା ଉତ୍ପାଦନ କରୁଥିବା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ) କେନ୍ଦ୍ର ସରକାରଙ୍କୁ ଡୋଜ୍ ପିଛା ୨୫୦ ଟଙ୍କାରେ କୋଭିଡ୍ ଟିକା ଯୋଗାଇ ଦେବାକୁ ଏକ ଚୁକ୍ତିନାମା କରିବାକୁ ଯାଉଛି। ଏସ୍ଆଇଆଇ ମୁଖ୍ୟ ନିର୍ବାହୀ ଅଧିକାରୀ ଆଦର ପୁନାୱାଲା ଏହା ପୂର୍ବରୁ କହିଥିଲେ, ପ୍ରସ୍ତୁତ ହେଉଥିବା କୋଭିଡ୍ ଟିକାର ମୂଲ୍ୟ ଘରୋଇ ବଜାରରେ ଡୋଜ୍ ପିଛା ୧ ହଜାର ଟଙ୍କା (୧୩.୫୫ ଡଲାର) ହେବ। କିନ୍ତୁ ସରକାର ଯେହେତୁ ବିପୁଳ ପରିମାଣରେ ଏହି ଟିକା ଯୋଗାଣ ପାଇଁ ଚାହୁଛନ୍ତି ତେଣୁ ଏହାର ମୂଲ୍ୟ ଯଥେଷ୍ଟ କମ୍ ହେବ। ତେବେ ଏସ୍ଆଇଆଇ ପ୍ରଥମେ ଭାରତରେ କୋଭିଡ୍ ଟିକା ଯୋଗାଇ ଦେବା ପରେ ଅନ୍ୟ ଦେଶଗୁଡିକୁ ତାହା ଯୋଗାଇବ ବୋଲି ପୁନାୱାଲା କହିଛନ୍ତି।