ଏଟିଏମ ଭଙ୍ଗାରୁଜା ଘଟଣାରେ ୧୯ କଂଗ୍ରେସକର୍ମୀ ଗିରଫ

କଟକ, ଭାରତ ବନ୍ଦ ପାଳନ ବେଳେ କଟକରେ ଏଟିଏମ ଭଙ୍ଗାରୁଜା ଘଟଣାରେ୧୯ କଂଗ୍ରେସକର୍ମୀଙ୍କୁ  ପୁଲିସ ଗିରଫ କରିଛି । ସେମାନଙ୍କୁ ବାଦାମବାଡ଼ି ପୁଲିସ କୋର୍ଟ ଚାଲାଣ କରିଛି। ଗିରଫ କଂଗ୍ରେସ କର୍ମୀଙ୍କ ମଧ୍ୟରେ ୧୨ ମହିଳା ଓ ୭ ପୁରୁଷ ଅଛନ୍ତି। ଗିରଫଙ୍କ ମଧ୍ୟରେ ନଗର ମହିଳା କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରା ଅଛନ୍ତି।