ଥିଏଟର ଖୋଲିବାକୁ ମହାରାଷ୍ଟ୍ର ସରକାରଙ୍କୁ କଙ୍ଗନାଙ୍କ ନିବେଦନ

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରନାୱତଙ୍କ ଆଗାମୀ ଫିଲ୍ମ ‘ଥଲାଇବୀ’ ରିଲିଜ ଅପେକ୍ଷାରେ ରହିଛି। କିନ୍ତୁ ଏହାପୂର୍ବରୁ ମହାରାଷ୍ଟ୍ରରେ ସିନେମା ହଲ ଖୋଲିବା ସହ ଫିଲ୍ମ ଉଦ୍ୟୋଗକୁ ମରିବାରୁ ବଞ୍ଚାଇବାକୁ କଙ୍ଗନା ମହାରାଷ୍ଟ୍ର ସରକାରଙ୍କୁ ଆବେଦନ କରିଛନ୍ତି। ଏହି ଆବେଦନ କରିବା ପାଇଁ କଙ୍ଗନା ଇନଷ୍ଟାଗ୍ରାମ ଷ୍ଟୋରୀର ସାହାର ନେଇଛନ୍ତି।

କଙ୍ଗନା ତାଙ୍କ ଇନଷ୍ଟା ଷ୍ଟୋରୀରେ ଲେଖିଛନ୍ତି ଯେ, ‘ମହାରାଷ୍ଟ୍ରରେ ରେସ୍ତୋରାଁ, ହୋଟେଲ, କାର୍ଯ୍ୟାଳୟ ଓ ଲୋକାଲ ଟ୍ରେନ ସବୁ ଖୋଲାଅଛି କିନ୍ତୁ କରୋନା କାରଣରୁ ମୁଭି ଥିଏଟର ବନ୍ଦ ରହିଛି। ମହାରାଷ୍ଟ୍ର ସରକାରଙ୍କ କୋଭିଡ ନିୟମ ଅନୁସାରେ କରୋନା କେବଳ ସିନେମା ହଲରେ ହିଁ ସଂକ୍ରମିତ ହୋଇଥାଏ।’

ସୂଚନାଯୋଗ୍ୟ, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାୟୋପିକ ହେଉଛି ‘ଥଲାଇବୀ’। ଏଥିରେ କଙ୍ଗନା ରାଜନେତା ଜୟଲଳିତାଙ୍କ ଭୂମିକାରେ ନଜର ଆସିବେ। କଙ୍ଗନା ଏବେ ହାଇଦ୍ରାବରେ ତାଙ୍କ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ସେଠାରେ ଫିଲ୍ମଟି ସେପ୍ଟେମ୍ବର ୧୦ ତାରିଖରେ ସିନେମା ଘରେ ରିଲିଜ ହେବ। ‘ଥଲାଇବୀ’ ଫିଲ୍ମଟି ତାମିଲ, ତେଲୁଗୁ ଓ ହିନ୍ଦୀରେ ରିଲିଜ ହେବ ବୋଲି ଜଣାପଡ଼ିଛି।