କରୋନା ନେଲା ୱାର୍ଡ ମେମ୍ବରଙ୍କ ଜୀବନ

ପାଟଣା,ଏନ୍ଏନ୍ଏସ୍: ଦିନକୁ ଦିନ କରୋନା ମହାମାରୀ ସାରା ଦେଶରେ କାୟା ବିସ୍ତାର କରୁଥିବା ବେଳେ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ୍ ଖଜିରାପାଟ ପଞ୍ଚାୟତର ହରିଚନ୍ଦନପୁର ଗାଁର ସନ୍ତୋଷ କୁମାର ମହାନ୍ତଙ୍କ କରୋନାରେ ପରଲୋକ ହୋଇଛି।ସନ୍ତୋଷ ବିଜେପିର ଜଣେ ସକ୍ରିୟ କର୍ମୀ ଥିବାବେଳେ ଜଣେ ପରୋପକାରୀ ଓ ମିଷ୍ଠ ଭାଷୀ ବ୍ୟକ୍ତିତ୍ବ ଭାବେ ଜଣଶୁଣା ଥିଲେ।

କରୋନା ଚିହ୍ନଟ ପରେ ରାଙ୍କି କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ସ୍ତ୍ରୀ ମଧ୍ୟ ସଂକ୍ରମିତ ହୋଇ ଚିକିତ୍ସିତ ହୋଇ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପକଖ୍ୟଠଡ଼ିଛି। ଖବରପାଇ ସ୍ଥାନୀୟ ସରପଞ୍ଚ ଗୀତରାଣୀ ନାଏକ, ଜିଆରଏସ ଅକ୍ଷୟ କୁମାର ମହାନ୍ତ, ସମାଜସେବୀ ଦୁର୍ଯ୍ୟୋଧନ ନାଏକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ସନ୍ତୋଷଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି।