ଆଉ ହେବନି ଡ୍ରାଇଭ୍ ଇନ୍ ଟିକାକରଣ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଡ୍ରାଇଭ୍ ଇନ୍ ଓ ଘରେ ପହଞ୍ôଚ ଟିକାକରଣକୁ ସରକାର ବାରଣ କରିଛନ୍ତି। ଏନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ସ୍ୱାସ୍ଥ୍ୟ ଏସିଏସ୍ ଚିଠି ଲେଖିଛନ୍ତି। ଭାରତ ସରକାରଙ୍କ ଗାଇଡଲାଇରେ ଏଭଳି ବ୍ୟବସ୍ଥା ନାହିଁ। ଯଥେଷ୍ଟ ୱେଟିଂ ଏରିଆ, ପର୍ଯ୍ୟବେକ୍ଷଣ ଗୃହ ଥିବା ଜାଗାରେ ଟିକା ଦେବା ନିୟମ ରହିଛି। ଟିକା ନେବା ପରେ ଗ୍ରହୀତାଙ୍କୁ ୩୦ ମିନିଟ ଅବଜରଭେସନ ନିୟମ ରହିଛି। ଡ୍ରାଇଭ ଇନ୍ ଓ ଡୋର ଷ୍ଟେପରେ ଏସବୁ ପାଳନ ହେବା କଷ୍ଟକର। ଏହାଦ୍ୱାରା ଅଧିକ ଟିକା ନଷ୍ଟ ହେବାର ସମ୍ଭାବନା ରହିଛି। ତେଣୁ ଏସବୁ ବ୍ୟବସ୍ଥା ବନ୍ଦ ହେବା ଉଚିତ ବୋଲି ଏସିଏସ୍ କହିଛନ୍ତି।